The Ultimate Managed Hosting Platform
ADVERTISEMENT

ଲକ୍ଷେଶ୍ୱର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ‘ନୂତନ ଓଡିଶା ନବୀନ ଓଡିଶା’ ପକ୍ଷରୁ କ୍ରୀଡା ଉତ୍ସବ ଉଦଘାଟିତ

Facebook
Twitter
LinkedIn

କଟକ : କଟକ ମହାନଗର ନିଗମ ୫୯ ନମ୍ବର ୱ।ର୍ଡ଼ର ଫୂଲନଖରା ସ୍ଥିତ ଲକ୍ଷେଶ୍ୱର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସୋମବାର ସକାଳେ , ନୂତନ ଓଡିଶା ଯୁବ ଓଡିଶା ନବୀନ ଓଡିଶା ପକ୍ଷରୁ କ୍ରୀଡ଼ା ଉତ୍ସବ ଆରମ୍ଭ ହୋଇଛି । ବିଦ୍ୟାଳୟର ଅଧ୍ୟକ୍ଷା ଯଶୋଧାରା ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କ୍ରୀଡ଼ା ଉତ୍ସବକୁ ବିଶିଷ୍ଟ କ୍ରୀଡ଼ାବିତ୍ ତଥା ଲକ୍ଷେଶ୍ୱର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରତିଷ୍ଠା ସ୍ୱାଧୀନ ଚେତା ମହାନ୍ତି ଫିତାକାଟି ଉଦଘାଟନ କରିଥିଲେ । ଓଡିଶାର ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳରେ ଥିବା ବିଭିନ୍ନ କଲେଜରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କର କ୍ରୀଡାର ବିକାଶ ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂତନ ଓଡିଶା ଯୁବ ଓଡିଶା ନବୀନ ଓଡିଶା ମାଧ୍ୟମରେ ବିଭିନ୍ନ ପଦକ୍ଷେପ ନେଇଛନ୍ତି । ଯାହାଫଳରେ ଛାତ୍ରଛାତ୍ରୀଙ୍କ ଭିତରେ ଲୁକ୍କାୟିତ କ୍ରୀଡା ଓ କଳାକୁ ଲୋକ ଲୋକ ଲୋଚନକୁ ଆଣିବା ପାଇଁ ଏହି ପ୍ରୟାସ ଆରମ୍ଭ କରିଛନ୍ତି । ଯାହା ଫଳରେ ଆଜି ବିଭିନ୍ନ କଲେଜରେ ଅଧୟନ କରୁଥିବା ଛାତ୍ରଛାତ୍ରୀ ମାନେ ସେମାନଙ୍କ ଭିତରେ ଲୁଚି ରହିଥିବା କ୍ରୀଡା ଏବଂ କଳା ଲୋକ ଲୋଚନକୁ ଆସିବାରେ ସହଜ ହୋଇପାରିଛି । ଉଦଘାଟନୀ ଉତ୍ସବରେ ଆଜି କବାଡି, ଖୋଖୋ , ବ୍ୟାଡ଼ମିଣ୍ଟନ, ଆଦି ବିଭିନ୍ନ କ୍ରୀଡାର ଖଳ କରାଯାଇଥିଲା । ଅଧ୍ୟାପିକା ଇତିଶ୍ରୀ ମୋହାନ୍ତି , ରେଣୁପ୍ରିୟା ପଣ୍ଡା , ଅନୁସୂୟା ଆଚାର୍ୟ୍ୟ, ଡ଼କ୍ଟର ପ୍ରଣୟ ବଲରୀ ମୋହାନ୍ତି , ପ୍ରତିଭା ପଟ୍ଟନାୟକ, ଆଶାଲତା ପ୍ରଧାନ, ହେମନ୍ତ କୁମାର ଦାଶ , ଦେବସ୍ମୀତା ମହାପାତ୍ର, ନିରୁପମା ନାୟକ, ହେମନ୍ତ ଦଳାଇ, ଗୌତମ ଦାସ ପ୍ରମୁଖ ଉପସ୍ଥିତ ଥିଲେ । କ୍ରୀଡ଼ା ଶିକ୍ଷକ ଞାନରଞନ ମହାନ୍ତି ଖେଳ ପରିଚାଳନା କରିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login