କଟକ : କଟକ ମହାନଗର ନିଗମ ୫୯ ନମ୍ବର ୱ।ର୍ଡ଼ର ଫୂଲନଖରା ସ୍ଥିତ ଲକ୍ଷେଶ୍ୱର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସୋମବାର ସକାଳେ , ନୂତନ ଓଡିଶା ଯୁବ ଓଡିଶା ନବୀନ ଓଡିଶା ପକ୍ଷରୁ କ୍ରୀଡ଼ା ଉତ୍ସବ ଆରମ୍ଭ ହୋଇଛି । ବିଦ୍ୟାଳୟର ଅଧ୍ୟକ୍ଷା ଯଶୋଧାରା ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କ୍ରୀଡ଼ା ଉତ୍ସବକୁ ବିଶିଷ୍ଟ କ୍ରୀଡ଼ାବିତ୍ ତଥା ଲକ୍ଷେଶ୍ୱର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରତିଷ୍ଠା ସ୍ୱାଧୀନ ଚେତା ମହାନ୍ତି ଫିତାକାଟି ଉଦଘାଟନ କରିଥିଲେ । ଓଡିଶାର ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳରେ ଥିବା ବିଭିନ୍ନ କଲେଜରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କର କ୍ରୀଡାର ବିକାଶ ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂତନ ଓଡିଶା ଯୁବ ଓଡିଶା ନବୀନ ଓଡିଶା ମାଧ୍ୟମରେ ବିଭିନ୍ନ ପଦକ୍ଷେପ ନେଇଛନ୍ତି । ଯାହାଫଳରେ ଛାତ୍ରଛାତ୍ରୀଙ୍କ ଭିତରେ ଲୁକ୍କାୟିତ କ୍ରୀଡା ଓ କଳାକୁ ଲୋକ ଲୋକ ଲୋଚନକୁ ଆଣିବା ପାଇଁ ଏହି ପ୍ରୟାସ ଆରମ୍ଭ କରିଛନ୍ତି । ଯାହା ଫଳରେ ଆଜି ବିଭିନ୍ନ କଲେଜରେ ଅଧୟନ କରୁଥିବା ଛାତ୍ରଛାତ୍ରୀ ମାନେ ସେମାନଙ୍କ ଭିତରେ ଲୁଚି ରହିଥିବା କ୍ରୀଡା ଏବଂ କଳା ଲୋକ ଲୋଚନକୁ ଆସିବାରେ ସହଜ ହୋଇପାରିଛି । ଉଦଘାଟନୀ ଉତ୍ସବରେ ଆଜି କବାଡି, ଖୋଖୋ , ବ୍ୟାଡ଼ମିଣ୍ଟନ, ଆଦି ବିଭିନ୍ନ କ୍ରୀଡାର ଖଳ କରାଯାଇଥିଲା । ଅଧ୍ୟାପିକା ଇତିଶ୍ରୀ ମୋହାନ୍ତି , ରେଣୁପ୍ରିୟା ପଣ୍ଡା , ଅନୁସୂୟା ଆଚାର୍ୟ୍ୟ, ଡ଼କ୍ଟର ପ୍ରଣୟ ବଲରୀ ମୋହାନ୍ତି , ପ୍ରତିଭା ପଟ୍ଟନାୟକ, ଆଶାଲତା ପ୍ରଧାନ, ହେମନ୍ତ କୁମାର ଦାଶ , ଦେବସ୍ମୀତା ମହାପାତ୍ର, ନିରୁପମା ନାୟକ, ହେମନ୍ତ ଦଳାଇ, ଗୌତମ ଦାସ ପ୍ରମୁଖ ଉପସ୍ଥିତ ଥିଲେ । କ୍ରୀଡ଼ା ଶିକ୍ଷକ ଞାନରଞନ ମହାନ୍ତି ଖେଳ ପରିଚାଳନା କରିଥିଲେ ।
ଲକ୍ଷେଶ୍ୱର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ‘ନୂତନ ଓଡିଶା ନବୀନ ଓଡିଶା’ ପକ୍ଷରୁ କ୍ରୀଡା ଉତ୍ସବ ଉଦଘାଟିତ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











