ବାଲେଶ୍ୱର ; ରୋଷେଇ କଲା ବେଳେ ଫାଟିଲା ଗ୍ୟାସ୍ ଟାଙ୍କି ମହିଳା ଗୁରୁତର ହୋଇଛନ୍ତି । ବାଲେଶ୍ଵର ଟାଉନ ଥାନା ସୁନହଟ ପାତ୍ରପଡ଼ାର ଧତେଇ ସାହିରେ ଅଘଟଣ ଘଟିଛି । ଗୁରୁତର ମହିଳା ହେଲେ ପାତ୍ରପଡା ଅଞ୍ଚଳର ସାବିତ୍ରୀ ରାଉତ । ଛାତ ଉପରେ ବସି ରୋଷେଇ କରୁଥିବା ବେଳେ ଗ୍ୟାସ୍ ଟାଙ୍କି ଫାଟିଥିଲା । ତାଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ କଟକ ସ୍ଥାନାନ୍ତର କରାଯାଇଛି ।
Views: 52











