The Ultimate Managed Hosting Platform
ADVERTISEMENT

ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଗାଡ଼ି ଉପରେ ଖସି ପଡ଼ିଲା ତୋରଣ

Facebook
Twitter
LinkedIn

କୋଣାର୍କ : କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ। କୋଣାର୍କଠାରେ ତାଙ୍କ ଗାଡ଼ି ଉପରେ ଏକ ବଡ଼ ଲୁହାର ତୋରଣ ଖସି ପଡ଼ିଥିଲା । ଫଳରେ ଗାଡ଼ିର ଉପରି ଭାଗ ଚେପା ହୋଇଯାଇଥିଲା। ତେବେ ସୌଭାଗ୍ୟ ବଶତଃ ସେହି ସମୟରେ ମନ୍ତ୍ରୀ ଗାଡ଼ିରେ ନ ଥିଲେ।

ସୂଚନା ଅନୁଯାୟୀ, ଆଜି କୋଣାର୍କ ସୂର୍ଯ୍ୟମନ୍ଦିର ସମ୍ମୁଖରେ କେନ୍ଦ୍ର ଆୟୁଷ ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ଯୋଗ ଦେଇଥିଲେ। ଯୋଗ ଦିବସ ପାଳନ କରି କେନ୍ଦ୍ର ମନ୍ତ୍ରୀ ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ଥିବା ଆଇଓସିଏଲ୍‌ର ବ୍ୟାଖ୍ୟାନ କେନ୍ଦ୍ର ବୁଲି ଦେଖୁଥିଲେ। ଏହି ସମୟରେ ତାଙ୍କ ଗାଡ଼ି ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ଥିବା ପାର୍କିଂରେ ଥିଲା। ମନ୍ତ୍ରୀ ବ୍ୟାଖ୍ୟାନ କେନ୍ଦ୍ର ବୁଲି ଗାଡ଼ି ପାଖକୁ ଆସିଲା ବେଳେ ତାଙ୍କ ଗାଡ଼ି ଉପରେ ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ଲଗାଯାଇଥିବା ତୋରଣଟି ଖସି ପଡ଼ିଥିଲା। ଏହି ଦୁର୍ଘଟଣାରେ ମନ୍ତ୍ରୀଙ୍କ ଗାଡ଼ି ଡ୍ରାଇଭରର ମଧ୍ୟ କିଛି ହୋଇନାହିଁ। ହେଲେ ତାଙ୍କ ଗାଡ଼ିର ଉପରି ଭାଗ ସମ୍ପୂର୍ଣ୍ଣ ଭାବେ ଚେପା ହୋଇଯାଇଛି। ତେବେ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ନିମ୍ନମାନର କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠିଛି।

ପରେ ମନ୍ତ୍ରୀ ପୁରୀ ରେଳ ଷ୍ଟେସନ ନବକଳେବର କାର୍ଯ୍ୟକ୍ରମର ଅନୁଧ୍ୟାନ କରିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login