ଝାରସୁଗୁଡା : ରେଳ ଧାରଣାରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର । ଝାରସୁଗୁଡ଼ା ସହରାଞ୍ଚଳ ରେଳ ଓଭର ବ୍ରିଜ ତଳ ରେଳଧାରଣାରୁ ଜଣେ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର। ମୃତକ ହେଲେ ସମ୍ବଲପୁର ଜିଲ୍ଲାର ନୟାପରା ଅଞ୍ଚଳର ପ୍ରେମ କୁମାର ହିନ୍ଦୁଜା । ପ୍ରେମକୁମାର ଝାରସୁଗୁଡ଼ା ସହରସ୍ଥିତ ଭୁଲିଆଟିକ୍ରା ଅଞ୍ଚଳରେ ରହୁଥିବା ତାଙ୍କ ବଡ଼ଭଉଣୀଙ୍କ ଘରକୁ ବୁଲିବାକୁ ଆସିଥିଲେ । ତେବେ ରାତି ଅଧରେ ସେ ଘରୁ କୁଆଡ଼େ ଚାଲିଯାଇଥିଲେ । ଭଉଣୀ ଘର ଲୋକେ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ । କିନ୍ତୁ ପ୍ରେମକୁମାରଙ୍କୁ ପାଇନଥିଲେ । ତେବେ ଆଜି ରେଳ ଧାରଣା ନିକଟରୁ ତାଙ୍କର ମୃତଦେହ ଉଦ୍ଧାର ।
Views: 72











