ନୂଆଦିଲ୍ଲୀ : ୪ ବର୍ଷର ରୁଷ-ୟୁକ୍ରେନ ଯୁଦ୍ଧରେ ପଡିବ ଯବନିକା । ଯୁଦ୍ଧ ବନ୍ଦ ନେଇ ଶେଷ ପର୍ଯ୍ୟାୟ ଶାନ୍ତି ଆଲୋଚନା । ସବୁ କିଛି ଠିକ ଠାକ ରହିଲେ ଆଉ କିଛି ସପ୍ତାହ ଲାଗିପାରେ । ଫ୍ଲୋରିଡାରେ ଜେଲେନସ୍କି-ଟ୍ରମ୍ପ ଆଲୋଚନା । ଏଭଳି ବଡ଼ ସୂଚନା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏଥିରେ ଏବେ ବି କିଛି ଜଟିଳ ସମସ୍ୟା ରହିଥିବା ଟ୍ରମ୍ପ ସୂଚନା ଦେଇଛନ୍ତି । “ଜମି ବା ସୀମା ବିବାଦ” ହେଉଛି ସବୁଠୁ ବଡ଼ ବାଧା । ରୁଷ ଅକ୍ତିଆର କରିଥିବା ୟୁକ୍ରେନର ଜମିକୁ ନେଇ କଥା ଅଟକିଛି । ଟ୍ରମ୍ପ କହିଛନ୍ତି, ଏବେ ବୁଝାମଣା କରିନେବା ହିଁ ସବୁଠୁ ଭଲ ପଦକ୍ଷେପ ହେବ । ଯଦି ସବୁକିଛି ଠିକ୍ ଚାଲେ, ତେବେ ଆସନ୍ତା କିଛି ସପ୍ତାହ ମଧ୍ୟରେ ଶାନ୍ତି ଚୁକ୍ତି ସମ୍ପୂର୍ଣ୍ଣ ହୋଇପାରେ । ଯଦି ଆଲୋଚନା ବିଫଳ ହୁଏ, ତେବେ ବୁଝାମଣା ହେବା କଷ୍ଟକର । ଏହା ହେଲେ ଦୁର୍ଭାଗ୍ୟଜନକ ହେବ ବୋଲି ଟ୍ରମ୍ପ ଚେତାବନୀ ଦେଇଛନ୍ତି ।
Views: 62











