ଭୁବନେଶ୍ୱର :ଝାରସୁଗୁଡାରେ ରାହୁଲ ଗାନ୍ଧିଙ୍କ ମନ୍ତବ୍ୟକୁ ନେଇ ବିଜେପିର ପ୍ରତିକ୍ରିୟା । ପ୍ରତିକ୍ରିୟା ଦେଲେ ବିଜେପିର ବରିଷ୍ଠ ନେତା ପୃଥ୍ୱିରାଜ ହରିଚନ୍ଦନ । ରାହୁଲ ଗାନ୍ଧି କଣ କହନ୍ତି , କଣ କରନ୍ତି ସେ ନିଜେ ବି ଜାଣନ୍ତିନି । ଜାତି ବର୍ଗ ବିଷୟରେ ଅଜ୍ଞ ଥିବା ଲୋକ ଜାତି ବିଷୟରେ କଣ କହିବେ । କଂଗ୍ରେସ ନେତା ଓ ରାହୁଲ ଗାନ୍ଧିଙ୍କ ସମାନ ଦଶା ଉପୁଜିଲାଣି । ମନଗଢା କାହାଣୀ ଆକ୍ରମଣ କରିବା ରାଜନୀତି ନୁହେଁ । ଲୋକମାନେ ସବୁ ବୁଝୁଛନ୍ତି, ସବୁ ନିର୍ବାଚନରେ ଜବାବ ଦେଇଛନ୍ତି । ରାହୁଲଙ୍କ କଥାରେ କୈାଣସି ଗୁରୁତ୍ୱ ନାହିଁ କହିଲେ ପୃଥ୍ୱିରାଜ ।
Views: 71