ଭୁବନେଶ୍ୱର : ରାସ୍ତାରେ ରିଲ୍ସ ବା ଭିଡିଓ କଲେ ହେବ କାର୍ଯ୍ୟାନୁଷ୍ଠାନ । କାରଣ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସ୍ଟିଏ) ଓଡ଼ିଶାର ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀ (ଆରଟିଓ)ଙ୍କୁ ରାସ୍ତା ସୁରକ୍ଷା ଉଲ୍ଲଙ୍ଘନକାରୀ, ବିଶେଷକରି ଗାଡ଼ି ଚାଳନା ବେଳେ ରିଲ୍ କିମ୍ବା ଭିଡିଓ ପ୍ରସ୍ତୁତକାରୀଙ୍କ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶ ପରେ ଜାରି ହୋଇଛି ।
ଖୋର୍ଦ୍ଧା ଅତିରିକ୍ତ ଆରଟିଓ, ଜଗତସିଂହପୁର ଓ ଭୁବନେଶ୍ୱର । ଆରଟିଓ ଏବଂ ପୋଲିସ ସହଯୋଗରେ ଖୋର୍ଦ୍ଧାର ହଳଦିଆରେ ଏକ ସ୍କୁଲ ସାମ୍ନାରେ ରିଲ୍ ତିଆରି କରୁଥିବା ଏକ ଗାଡ଼ି ଜବତ କରିଛନ୍ତି । ଭାଇରାଲ ଭିଡିଓରେ ଡ୍ରାଇଭର ଷ୍ଟିୟରିଂ ନ ଧରି ଷ୍ଟଣ୍ଟ କରୁଥିବା ଦେଖାଯାଇଥିଲା । ଡ୍ରାଇଭରଙ୍କୁ ଜୋରିମାନା କରାଯାଇ ତାଙ୍କ ଲାଇସେନ୍ସ ସସ୍ପେଣ୍ଡ ଓ ଗାଡ଼ିର ରେଜିଷ୍ଟ୍ରେସନ ବାତିଲ ପାଇଁ ପଦକ୍ଷେପ ନିଆଯାଇଛି ।
Views: 56