ରାୟଗଡା : ପ୍ରଥମ ପ ର୍ଯ୍ୟାୟ ଟଙ୍କା ୩ଟି କିସ୍ତିରେ ମହିଳାଙ୍କୁ ମିଳିଛି । ତଥାପି ଏବେବି ଅନେକ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯାଇନାହିଁ । ବହୁ ମହିଳା ଏହି ଯୋଜନାରୁ ବାଦ ପଡିଛନ୍ତି । ସୁଭଦ୍ରା ଯୋଜନାରୁ ବଞ୍ଚିତ ରାୟଗଡ଼ ବ୍ଲକ ହାତିବାଡି ଗାଁର ମହିଳାମାନେ ପ୍ରତିବାଦରେ କରିଛନ୍ତି ରାସ୍ତାରୋକ୍ । ମହିଳାମାନେ ପାରଳାଖେମୁଣ୍ଡିରୁ ମୋହନା ଜାତୀୟ ରାଜପଥକୁ ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବାରମ୍ବାର ଅନଲାଇନରେ ନିଜର ଆବେଦନ ଓ ତଥ୍ୟ ଦାଖଲ ସତ୍ତ୍ୱେ ଆକାଉଣ୍ଟକୁ ସୁଭଦ୍ରା ସହାୟତା ଟଙ୍କା ଆସିନାହିଁ । ଶେଷରେ ଟୋଲ ଫ୍ରି ହେଲ୍ପଲାଇନ ନମ୍ୱରକୁ ଯୋଗାଯୋଗ କରିଥିଲେ ଗାଁର ମହିଳା । ହେଲ୍ପ ଲାଇନରୁ ମହିଳାଙ୍କ ନାମରେ ୩ରୁ ୪ ଏକର ଜମି ରହିଥିବା କୁହାଯାଇଥିଲା । ତେଣୁ ସୁଭଦ୍ରା ଯୋଜନା ପାଇଁ ଅଯୋଗ୍ୟ ବୋଲି କୁହାଯିବା ପରେ ରାସ୍ତାକୁ ଓହ୍ଲାଇଛନ୍ତି ମହିଳାମାନେ । ଗାଁର ଅଧିକାଂଶ ମହିଳା ଏହି ଯୋଜନାରୁ ବଞ୍ଚିତ ହୋଇ ରାଜ ରାସ୍ତାକୁ ଓହ୍ଲାଇଥିଲେ । ଖବରପାଇ ରାୟଗଡ଼ ତହସିଲଦାର ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାଶୁଝା କରିବା ପରେ ରାସ୍ତା ଅବରୋଧରୁ ହଟିଥିଲା ମହିଳା ।
ରାସ୍ତାକୁ ଓହ୍ଲାଇଲେ ସୁଭଦ୍ରା ଯୋଜନାରୁ ବଞ୍ଚିତ ହୋଇଥିବା ମହିଳା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











