ଚାନ୍ଦବାଲି: ରାସ୍ତାକଡରୁ ନବଜାତ ଶିଶୁକନ୍ୟା ଉଦ୍ଧାର । ଧାମରା ଥାନା କରଞ୍ଜମାଳ ପଞ୍ଚାୟତ ରାସ୍ତାକଡରୁ ଉଦ୍ଧାର । ଉଦ୍ଧାର ପରେ ମେଡିକାଲରେ ଭର୍ତ୍ତି କଲେ ସ୍ଥାନୀୟ ଲୋକେ । ଗତକାଲି ସନ୍ଧ୍ୟାରେ ମୁନିପଦା ଛକ ରାସ୍ତା ପାଖ କଣ୍ଟା ବୁଦାରେ ଏହି ନବ ଜାତ ଶିଶୁ କନ୍ୟାକୁ କେହି ଫିଙ୍ଗି ଦେଇଥିଲେ । ସେହି ବାଟ ଦେଇ ଯାଉଥିବା ସ୍ଥାନୀୟ ଯୁବକ ନବଜାତ ଶିଶୁର କାନ୍ଦ ଶୁଣି ଶିଶୁଟିକୁ ଉଦ୍ଧାର କରିଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ପଲିଥିନରେ ବନ୍ଧା ଶିଶୁ କନ୍ୟାଟିକୁ ଉଦ୍ଧାର କରି ଧାମରା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଶିଶୁଟିର ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏପର୍ୟ୍ୟନ୍ତ ଶିଶୁ କନ୍ୟା କାହାର ସେ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ ।
Views: 61