ନୂଆଦିଲ୍ଲୀ : ତାମିଲନାଡୁର ମଦୁରୈ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସଡ଼କ ପାର୍ କରୁଥିବା ବେଳେ ପରିବାରର ୭ ଜଣଙ୍କୁ ଧକ୍କା ଦେଇଥିଲା । ଫଳରେ ପରିବାରର ୪ ଜଣଙ୍କ ଜୀବନ ଚାଲିଯାଇଛି । ଘଟଣାରେ ୩ ଜଣ ଗରୁତର ରହିଛନ୍ତି । ସୂଚନା ମୁତାବକ, ତାମିଲନାଡୁର ମଦୁରୈ ଜିଲ୍ଲାରେ ଉସିଲାମପଟ୍ଟୀ ନିକଟରେ କୁଜମପଟ୍ଟୀରେ ଏହି ଦୁର୍ଘଟଣା ଘଟିଛି । ପରିବାର ଲୋକ ରାସ୍ତା ପାର୍ ହେବା ପରେ ଏକ କାର୍ ଧକ୍କା ଦେଇଥିଲା । ପରିବାରର ୭ ଜଣ ରାସ୍ତା ପାର୍ ହୋଉଥିବା ବେଳେ କାର୍ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ୪ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୩ ଜଣ ଗୁରତର ରହିଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ପରେ ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି ।
Views: 132











