ଖଲିକୋଟ : ରାସ୍ତା ଉପରେ ଓଲଟିଲା ଗ୍ୟାସ ବୋଝେଇ ଟ୍ୟାଙ୍କର । ଖଲ୍ଲିକୋଟ ହରିଡାମୂଳ ଛକରେ ଘଟିଛି ଦୁର୍ଘଟଣା । ଟ୍ୟାଙ୍କରରୁ ଗ୍ୟାସ ଲିକ ହେଉଥିବା ସୂଚନା ମିଳିଛି । ବିଶାଖାପାଟଣାରୁ ଖୋର୍ଦ୍ଧା ଅଭିମୁଖେ ଯାଉଥିବା ବେଳେ ଓଲଟି ପଡିଛି ଟ୍ୟାଙ୍କର । ଦୁର୍ଘଟଣାସ୍ଥଳରେ ଆପ୍ରୋଚ ରାସ୍ତାର ୨ କିଲୋମିଟର ଯାଏଁ ରାସ୍ତା ବନ୍ଦ କରାଯାଇଛି । ଘଟଣାସ୍ଥଳରେ ଖଲ୍ଲିକୋଟ ଥାନା ପୋଲିସ ଓ ଦମକଳବାହିନୀ ଉପସ୍ଥିତ ଅଛନ୍ତି ।
Views: 74