ମୟୁରଭଞ୍ଜ : ରାସ୍ତା ଉପରେ ଓଲଟି ପଡିଲା ଟ୍ରଲର । ମୟୁରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଅନ୍ତର୍ଗତ ଗୋଡଭଙ୍ଗା ଘାଟିରେ ଗହମ ବୋଝେଇ ଟ୍ରଲର ର ଆଗ ଭାଙ୍ଗି ଯିବାରୁ ରାସ୍ତା ଉପରେ ଓଲଟି ପଡ଼ିଛି ଟ୍ରଲର। ୫୩ ନମ୍ବର ଜାତୀୟ ରାଜପଥ ଗୋଡଭଙ୍ଗା ଠାକୁରାଣୀ ଘାଟି ବାଙ୍କରେ ଯେଉଁ ଗାଡି ପ୍ରଥମ ଥର ଆସିଛି, ଅବଶ୍ୟ ଦୁର୍ଘଟଣା ନିଶ୍ଚିତ ହୋଇଛି। ଏହି ଘାଟି ରାସ୍ତାର ଅବସ୍ଥିତି ବାବଦରେ ଚାଳକଙ୍କୁ ଜଣା ନ ଥାଏ। ଆଜି ପୂର୍ବାହ୍ନ ପ୍ରାୟ ୫ଟା ସମୟରେ ୧୪ ଚକିଆ ଟ୍ରଲର ବିହାର ରୁ ଗହମ ବୋଝେଇ କରି କଟକକୁ ଯାଉଥିବା ସମୟରେ ଘାଟି ବାଙ୍କରେ ରାସ୍ତା ମଝିରେ ଟ୍ରଲର ମଝିରୁ ଅଲଗା ହୋଇ କିଛି ଦୂରକୁ ଚାଲିଯାଇଛି। ଖବର ପାଇ ମହୁଲଡିହା ଥାନାଧିକାରୀଙ୍କ ନିର୍ଦ୍ଦେଶରେ ଏଏସଆଇ ସନ୍ତୋଷ କୁମାର ନାଏକ ଦୁର୍ଘଟଣା ସ୍ଥଳକୁ ଯାଇ ଚାଳକ ସୁରକ୍ଷିତ ଥିବାର ସୂଚନା ଦେଇଛନ୍ତି।
Views: 115











