ବାଲେଶ୍ୱର ଜିଲ୍ଲା ରୂପସା ହୀରାପୁର ଛକ ଠାରେ ଚଟାଣ ବୁଡି ଅଣ୍ଠୁଏ ଉପରେ ପାଣି ଲୋକେ ହେଉଛନ୍ତି ହନ୍ତସନ୍ତ। ୫୦ ଖଣ୍ଡ ଗାଁ ଲୋକ ଯିବା ଆସିବାରେ ଘୋର ଅସୁବିଧାର ସମ୍ମୁଖିନ ହେବାର ଦେଖିବାକୁ ମିଳିଛି।

ରୁପ୍ସାରୁ ଯାଇଥିବା ମୟୁରଭଞ୍ଜର ବଡ଼ଗୁମା କୁ ସଂଯୋଗ କରୁଥିବା ରାସ୍ତାର ହୀରାପୁର ପୋଲଟି ଚାରି ମାସ ଆଗରୁ ଭଙ୍ଗା ଯାଇଥିଲା ତେବେ, ତାହା ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ ହୋଇ ପାରି ନାହିଁ। ଯାହା ପାଇଁ ସ୍ଥାନୀୟ ଲୋକେ, ଅଞ୍ଚଳ ବାସି ଭଲରେ ଯିବା ଆସିବା କରି ପାରୁନାହାନ୍ତି। ଆଉ ଜରୁରୀ କାଳୀନ ପରିସ୍ଥିତି ରେ ଆମ୍ବୁଲାନ୍ସ, ପୋଲିସ ଭ୍ୟାନ, ଅଗ୍ନିଶମ ଗାଡ଼ି ଯିବା ସମ୍ଭବ ନୁହଁ। ଏହି ରାସ୍ତା ଦେଇ ଦୈନିକ ଶହ ଶହ ଲୋକ ଯିବା ଆସିବା କରିଥାନ୍ତି। ଆଗାମୀ ଏକ ମାସ ମଧ୍ୟରେ ଯଦି ପୋଲ କାମ ନହୁଏ ଅଞ୍ଚଳବାସି , ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ ରାଜରାସ୍ତା କୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।
Views: 162