The Ultimate Managed Hosting Platform
ADVERTISEMENT

ରାସନ କାର୍ଡଧାରୀଙ୍କୁ ଅଧିକ ୫ କେଜି ଚାଉଳ

Facebook
Twitter
LinkedIn

ଭୁବନେଶ୍ୱର : ରାସନକାର୍ଡଧାରୀଙ୍କୁ ମିଳିବ ଅଧିକ ୫ କେଜି ଚାଉଳ । ୧୯ ଜିଲ୍ଲାରେ ପରିବାର ପିଛା ମିଳିବ ଅଦôକ ୫ କେଜି ଚାଉଳ । ୩ ମାସ ପାଇଁ ଅଧିକ ୫ କେଜି ଚାଉଳ ଦେବାକୁ ନିଦେ୍ର୍ଦଶ । ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବର ମାସ ପାଇଁ ଚାଉଳ ମିଳିବ । ଏ ନେଇ ୧୯ ଜିଲ୍ଲାର ଜିଲ୍ଲାପାଳଙ୍କୁ ଯୋଗାଣ ବିଭାଗର ଚିଠି । ଅନୁଗୁଳ, ବାଲେଶ୍ୱର, ବରଗଡ, କଟକ, ଦେବଗଡ , ଢେଙ୍କାନାଳ , ଗଞ୍ଜାମ, ଜଗତସିଂହପୁର , ଯାଜପୁର, ଝାରସୁଗୁଡା , କେନ୍ଦ୍ରାପଡା , କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ନୟାଗଡ, ସମ୍ବଲପୁର ଓ ସୁନ୍ଦରଗଡ ଜିଲ୍ଲାରେ ଦିଆଯିବ ଚାଉଳ । ଏହି ଅତିରିକ୍ତ ଚାଉଳ ପୂର୍ବ ଭଳି ଆଧାର ସଂଯୁକ୍ତ ହିତାଧିକାରୀଙ୍କୁ ହିଁ ମିଳିବ । ଏହି ଯୋଜନା ଦ୍ଵାରା ୧୯ ଟି ଜିଲ୍ଲାର ୭୦.୪୭ ଲକ୍ଷରୁ ଅଧିକ ପରିବାର ଉପକୃତ ହେବେ । ନଭେମ୍ବର ୧୦ ତାରିଖ ସୁଦ୍ଧା ବଣ୍ଟନ ସାରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜାତୀୟ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀଙ୍କୁ ମିଳିବ ଏହି ଲାଭ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login