The Ultimate Managed Hosting Platform
ADVERTISEMENT

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାରେ ଯୋଗ ଦେଲେନି ମମତା , ଆୟୋଜନ କଲେ ସଦ୍ଭାବନା ରାଲି

Facebook
Twitter
LinkedIn

କୋଲକତା : ଗତକାଲି ଟିଏମସି ଆୟୋଜନ କରିଥିଲା ସର୍ବ ଧର୍ମ ସଦ୍ଭାବନା ରାଲି। ଦଳର ସୁପ୍ରିମୋ ମମତା ବାନାର୍ଜୀଙ୍କ ନେତୃତ୍ୱରେ ହୋଇଥିବା ରାଲି ସମ୍ପର୍କରେ ତୃଣମୂଳ କଂଗ୍ରେସ (ଟିଏମସି) କହିଛି ଯେ ହଜାର ହଜାର ଲୋକ ଏଥିରେ ଯୋଗ ଦେଇଛନ୍ତି। ଧର୍ମନିରପେକ୍ଷତା ଆମ ଦେଶକୁ ଏକାଠି କରିଥାଏ। ପାର୍କ ସର୍କସ ପଡ଼ିଆରେ ଏକ ବିଶାଳ ସମାବେଶ ସହ ଏହି ଶୋଭାଯାତ୍ରା ଶେଷ ହୋଇଥିଲା।
ଏହା ପୂର୍ବରୁ ମମତା ଅଯୋଧ୍ୟା ସମାରୋହକୁ ବିଜେପିର ଏକ ରାଜନୈତିକ କାର୍ୟ୍ୟକ୍ରମ କହି ସେଠାକୁ ଯିବାକୁ ମନା କରିଦେଇଥିଲେ । ସେହିପରି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ରାମଲଲାଙ୍କ ପବିତ୍ର ସମାରୋହପାଇଁ ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଥିଲେ। ବିଜେପି ଏହାକୁ ନିର୍ବାଚନୀ ଫାଇଦା ପାଇଁ ବ୍ୟବହାର କରୁଛି ବୋଲି ଦଳ ଏକ ବିବୃତି ଜାରି କରି କହିଥିଲା। ତେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ନ ଦେଇ ଏହାକୁ ରାଜନୈତି କରଣ ବୋଲି କହିଥିଲେ। ଆଗାମୀ ନିର୍ବାଚନ ସମୟରେ ଏହା ବିଜେପି ପାଇଁ ଫାଇଦା ହେବ ବୋଲି ସଫେଇ ଦେଇଥିଲେ। ସେହିପରି ଏନସିପି ନେତା ଶରଦ ପାଓ୍ବାର କହିଛନ୍ତି ଯେ ସେ ପ୍ରାଣପ୍ରତିଷ୍ଠା ପରେ ଅଯୋଧ୍ୟା ଯିବେ । ତେବେ ଦେଖିବାକୁ ରହିଲା ଏହି ରାଜନୀତି ଘଡି ସନ୍ଧିରେ କିଏ ଜନତାଙ୍କ ମନ କିଣିପାରୁଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login