ନୂଆଦିଲ୍ଲୀ : ରାଜ୍ୟସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି । ଗୁଜୁରାଟରୁ ପ୍ରାର୍ଥୀ ହେବେ ବିଜେପି ସଭାପତି ଜେପି ନଡ୍ଡା । ମହାରାଷ୍ଟ୍ରୁରୁ ପ୍ରାର୍ଥୀ ହେବେ ଅଶୋକ ଚୈାହ୍ୱାନ । ପଅର ଦିନ କଂଗ୍ରେସ ଛାଡି ବିଜେପିରେ ମିଶିଥିଲେ ଅଶୋକ । ସେହିଭଳି ମେଧାକୁଲକର୍ଣ୍ଣୀଙ୍କୁ ମଧ୍ୟ ବିଜେପି ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରିଛି । ବିଜେପି ତରଫରୁ ଜାରି କରାଯାଇଥିବା ତାଲିକାରେ ୭ ଜଣଙ୍କ ନାମ ଉଲ୍ଲେଖ ରହିଛି । ଯାହା ମଧ୍ୟରୁ ୪ ଜଣଙ୍କୁ ଗୁଜରାଟ ଓ ୩ ଜଣ ମହାରାଷ୍ଟ୍ରରୁ ପ୍ରାର୍ଥୀ ହୋଇଛନ୍ତି । ବିଜେପି ଜାରି କରିଥିବା ପ୍ରାର୍ଥୀ ତାଲିକାର ପ୍ରଥମରେ ରହିଛନ୍ତି ଜେପି ନଡ୍ଡା, ଦ୍ୱିତୀୟରେ ଗୋବିନ୍ଦଭାଇ ଢୋଲକିଆ, ତା ପରେ ମୟଙ୍କ ଭାଇ ନାୟକ, ଯଶବନ୍ତସିଂ ସଲାମସିଂହ ପରମାରଙ୍କ ସାମିଲ ଅଛି । ଏମାନେ ଗୁଜରାଟରୁ ରାଜ୍ୟସଭା ପ୍ରାର୍ଥୀ ହୋଇଛନ୍ତି ।
Views: 96











