The Ultimate Managed Hosting Platform
ADVERTISEMENT

ରାଜ୍ୟରେ ବଢୁଛି ସାଇବର ଠକେଇ, ୪ ବର୍ଷରେ ଓଡିଶାରୁ ଲୁଟିଲେଣି ୫ ଶହ କୋଟି

Facebook
Twitter
LinkedIn

ଭୁବନେଶ୍ୱର : ଓଡ଼ିଶା ଏବେ ସାଇବର ଲୁଟେରାଙ୍କ ହବ ପାଲଟିଯାଇଛି । ୪ ବର୍ଷ ଭିତରେ ଓଡ଼ିଶାରୁ ସାଇବର ଲୁଟେରାମାନେ ୫୦୦ କୋଟିରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି । କେବଳ ୨୦୨୪ ମସିହାରେ ଓଡ଼ିଶାରୁ ସାଇବର ଲୁଟେରାମାନେ ୩୫୦ କୋଟିରୁ ଅଧିକ ଲୁଟିଛନ୍ତି । ଏହା ଭିତରେ ଲୋକଙ୍କୁ ସଚେତନ କରିବା ପାଇଁ ପୁଲିସ ପ୍ରଶାସନଠାରୁ ଆରମ୍ଭ କରି ସରକାରଙ୍କ ବିଭିନ୍ନ ସଂସ୍ଥା ଲାଗିପଡ଼ିଛି । କିନ୍ତୁ ସେହି ଅନୁସାରେ ସାଇବର ଠକମାନେ ମଧ୍ୟ ନୂଆନୂଆ ଫନ୍ଦି ବାହାର କରିଛନ୍ତି । ଏବେ ଡିଜିଟାଲ୍ ଆରେଷ୍ଟ କରି ଲୋକଙ୍କୁ ଲୁଟୁଛନ୍ତି । ଫଳରେ ୨୦୨୪ରେ ରେକର୍ଡ ୩୫୦ କୋଟି ଟଙ୍କା ଲୁଟ୍ ହୋଇଛି । ଏନେଇ କ୍ରାଇମ୍ବ୍ରାଞ୍ଚ୍ ଏଡିଜି ବିନୟତୋଷ ମିଶ୍ରଙ୍କ କହିବା କଥା ଲୋକଙ୍କୁ ସଚେତନ କରିବା ପରେ ବି କିଛି ସୁଫଳ ମିଳୁନାହିଁ । ଖୁବ୍ ଶୀଘ୍ର ସ୍ବତନ୍ତ୍ର ସାଇବର ଵିଙ୍ଗ୍ ଗଠନ କରାଯିବା ସହ ସାଇବର ହେଡ୍କ୍ବାର୍ଟର୍ସରେ ଜଣେ ଆଇଜି କିମ୍ବା ଏଡିଜି ରୢାଙ୍କ୍ର ଅଫିସର ନିୟୋଜିତ ହେବେ। ସେହିଭଳି ସବୁ ଜିଲ୍ଲାରେ ୩୦ ସାଇବର ଥାନା ପ୍ରତିଷ୍ଠା କରାଯିବ । ଏବେ ରାଜ୍ୟରେ ୧୪ଟି ସାଇବର ଥାନା ଅଛି ଏବଂ ଆଉ ୨୦ଟି ସାଇର ଥାନା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ବୋଲି ସେ କହିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login