ଭୁବନେଶ୍ୱର : ରାଜ୍ୟରେ ପ୍ରଥମ ସେମିକଣ୍ଡକ୍ଟର ପ୍ରକଳ୍ପର ପଡ଼ିଲା ଭିତ୍ତି । ଭୁବନେଶ୍ବର ଇନଫୋଭ୍ୟାଲିରେ ବୃହତ ସେମିକଣ୍ଟକ୍ଟର ଉତ୍ପାଦନ ୟୁନିଟ୍ SiCSem ପ୍ରକଳ୍ପର ଭୂମି ପୂଜନ । ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଭିସିରେ ଯୋଗ ଦେଲେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ୨ ହଜାର ୬୭ କୋଟି ବ୍ୟୟରେ ନିର୍ମାଣ ହେବ ପ୍ରକଳ୍ପ । ଏହା ରାଜ୍ୟରେ ପ୍ରଥମ କମ୍ପାଉଣ୍ଡ ସେମିକଣ୍ଡକ୍ଟର ପ୍ରକଳ୍ପ । ଏଥିପାଇଁ ୨ ହଜାର ୬୭ କୋଟି ଟଙ୍କା ନିବେଶ କରିବ ସଂସ୍ଥା । ଏହାଦ୍ୱାରା ୫ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ମେକ୍ ଇନ୍ ଇଣ୍ଡିଆ” ଏବଂ “ଡିଜିଟାଲ୍ ଇଣ୍ଡିଆ” ର ଦୃଷ୍ଟିକୋଣ ସହିତ ଏହି ପ୍ରକଳ୍ପ ଭାରତର ସେମିକଣ୍ଡକ୍ଟର ଉତ୍ପାଦନ ଇକୋସିଷ୍ଟମକୁ ସୁଦୃଢ଼ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ।
Views: 82











