ଭୁବନେଶ୍ୱର : ରାଜ୍ୟରେ ଦିନକରେ ୨୬୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ମୋଟ ସକ୍ରିୟ ରୋଗୀ ସଂଖ୍ୟା ୧୮୦୦ କୁ ବୃଦ୍ଧି । ଦିନକରେ ସୁସ୍ଥ ହେଲେ ୧୩୯ କରୋନା ଆକ୍ରାନ୍ତ । ତେବେ ରାଜ୍ୟରେ ଦୈନିକ ୨ ଶହ ୁପରେ ଏବେ ସଂକ୍ରମଣ ଚିହ୍ନଟ ହେଉଛନ୍ତି । ୧୯ ଟି ଜିଲ୍ଲ୍ାକୁ ସଂକ୍ରମଣ ବ୍ୟାପିଛି । ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୮୩, ନବରଙ୍ଗପୁରୁ ୪୨, ମୟୂରଭଞ୍ଜରୁ ୨୪ , ନୂଆପଡାରୁ ୨୦, କଟକରୁ ୧୮ , ବରଗଡରୁ ୧୫ ଓ ଅନ୍ୟ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଗତ ୨୪ ଘଣ୍ଟାରେ ୪୬୨୯ କୋଭିଡ ନମୁନା ପରୀକ୍ଷା ହୋଇଥିବା ବେଳେ ୨୬୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
Views: 73