ଭୁବନେଶ୍ୱର : ରାଜ୍ୟରେ ଖୋଲିବ ୨୫ଟି ନୂଆ ଅବକାରୀ ଥାନା । ୧୬ଟି ଜିଲ୍ଲାରେ ଖୋଲିବ ୨୫ଟି ଅବକାରୀ ଥାନା । କେବଳ ଗଞ୍ଜାମ ଜିଲ୍ଲାରେ୬ଟି ନୂଆ ଅବକାରୀ ଥାନା ଖୋଲିବ । ଗଞ୍ଜାମରେ ୩, ବ୍ରହ୍ମପୁର ୩ଟି ନୂଆ ଅବକାରୀ ଥାନା ପ୍ରତିଷ୍ଠା ହେବ । ସେହିପରି ବାଲେଶ୍ୱରରେ ୩ଟି , କଟକରେ ୨ , ନୟାଗଡରେ ୨ଓ ମୟୂରଭଞ୍ଜରେ ୨ଟି ନୂଆ ଅବକାରୀ ଥାନା ଖୋଲିବ । ଏ ନେଇ ଯୁଗ୍ମ ଅବକାରୀ କମିଶନର ସୋମନାଥ ମାଝୀ ସମ୍ପୃକ୍ତ ୧୬ଟି ଜିଲ୍ଲାର ଅବକାରୀ ସୁପରିଣ୍ଟେଣ୍ଟଙ୍କୁ ଚିଠି ଲେଖିଛନ୍ତି । ଏହା ଉପରେ ବିସ୍ତୃତ ଆଲୋଚନା ପାଇଁ ଅବକାରୀ ନିଦେ୍ର୍ଦଶାଳୟରେ ଆସନ୍ତା ୪ ତାରିଖରେ ଏକ ବୈଠକରେ ବସିବ ।
Views: 59











