ଭୁବନେଶ୍ୱର : ରାଜ୍ୟରେ ଖାଲି ପଡିଛି ପୋଲିସ ପଦବୀ । ସ୍ୱାସ୍ଥ୍ୟସେବା ପରି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଡାକ୍ତରଙ୍କ ଅଭାବ ଥିବାବେଳେ ରାଜ୍ୟର ଆଇନଶୃଙ୍ଖଳା ନିର୍ଭର କରୁଥିବା ପୋଲିସ ବିଭାଗରେ ବି ପୋଲିସ କର୍ମଚାରୀ ଓ ଅଧିକାରୀଙ୍କ ଅଭାବ । ଏନେଇ ବିଧାନସଭାରେ ତଥ୍ୟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।ତଥ୍ୟ ଅନୁସାରେ, ରାଜ୍ୟରେ ଖାଲି ପଡ଼ିଛି ୧୩ ହାଜର ୩୭୩ ପୋଲିସ ପଦବୀ । ଅଗ୍ନିଶମ ବିଭାଗରେ ବି ୪୮୧ ପଦବୀ ଖାଲି ପଡିଥିବାବେଳେ,୨୪୧୬ ହୋମଗାର୍ଡ ପଦବୀ ଖାଲିପଡ଼ିଛି ।କେବଳ ଏତିକି ନୁହେଁ , ବିଭିନ୍ନ ଜିଲ୍ଲାରେ ଥିବା ଜେଲ ଓ ସବଜେଲମାନଙ୍କରେ ୮୬୨ ପଦବୀ ଖାଲି ପଡିଛି । ତେଣୁ ପଦବୀ ଗୁଡିକରେ ନିଯୁକ୍ତି ପାଇଁ ଚୟନ ଓ ପଦୋନ୍ନତୀ ଭିତ୍ତିରେ ପଦବୀ ପୂରଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।ପୋଲିସ ଆଧୁନିକୀକରଣ, ମାଓ ଓ ନକ୍ସଲ ଦମନ, ଅପରାଧ ନିରାକରଣ, ପାଇଁ କେନ୍ଦ୍ର ସରକାର ୨ ବର୍ଷରେ ରାଜ୍ୟ ପୋଲିସ ବିଭାଗକୁ ବିଭିନ୍ନ ଯୋଜନାରେ ମୋଟ ୧୬୬.୪୯୩ କୋଟି ଟଙ୍କା ମଂଜୁୁର କରିଛନ୍ତି ।
ରାଜ୍ୟରେ ଖାଲି ପଡିଛି ୧୩ ହଜାର ୩୭୩ ପୋଲିସ ପଦବୀ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











