ଭୁବନେଶ୍ୱର : ବିଧାନସଭା ଶୀତ ଅଧିବେଶନର ଆଜି ଦ୍ବିତୀୟ ଦିନ। ଦ୍ବିତୀୟ ଦିନରେ ସ୍ବାଭାବିକ ରହିଛି ପ୍ରଶ୍ନକାଳ । ଆଜି ପ୍ରଶ୍ନକାଳରେ ଏକ ଭଲ ଖବର ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଦନ ସିଂଦେଓ । ଏକ ପ୍ରଶ୍ନର ଉତ୍ତର ଦେଇ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂଦେଓ କହିଛନ୍ତି କି, ରାଜ୍ୟରେ ୫୮ଟି ସବ୍ ଡିଭିଜନରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ପାଇଁ ସରକାର ଯୋଜନା ରଖିଛନ୍ତି । ଏନେଇ କାର୍ୟ୍ୟ ଚାଲିଛି। ଆବଶ୍ୟକ ଅନୁଯାୟୀ ପିପିପି ମୋଡରେ ହାଇବ୍ରିଡ୍ କୋଲଡ ଷ୍ଟୋରେଜ୍ କରାଯିବ ବୋଲି କୃଷି ମନ୍ତ୍ରୀ କହିଛନ୍ତି ।
Views: 34