ଭୁବନେଶ୍ୱର : ଦାୟିତ୍ବ ଗ୍ରହଣ କଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି । ତାଙ୍କ ସହ ମହିଳା କମିସନର ଅନ୍ୟ ସଦସ୍ୟା ମାନେ ମଧ୍ୟ ଦାୟିତ୍ୱ ନେଇଛନ୍ତି । ଦାୟିତ୍ବ ନେବା ପରେ ପ୍ରତିକ୍ରିୟା ରଖି କହିଛନ୍ତି, ବର୍ତ୍ତମାନ ସମାଜରେ ପ୍ରତ୍ୟେକ ସ୍ତରରେ ଦୁର୍ଘଟଣା ଘଟିଚାଲିଛି । ପେସାରେ ଜଣେ ଓକିଲ ହୋଇଥିବାରୁ ଯାହା ତଦନ୍ତ ପରିସରକୁ ଆସିବ, ତାଙ୍କୁ ନ୍ୟାୟ ଦେବା ପାଇଁ ଉଦ୍ୟମ ରହିବ । କମିଶନଙ୍କ ଉପରେ କୌଣସି ଚାପ ରହିବ ନାହିଁ । ସମସ୍ତଙ୍କ ସ୍ୱାର୍ଥ ରକ୍ଷା ପାଇଁ ଉଦ୍ୟମ ରହିବ । ମହିଳା କମିଶନ ହେଉଛି ମହିଳାଙ୍କ ବାପ ଘର। ଯିଏ ଦୋଷୀ ସେ ଦଣ୍ଡ ପାଇବ। ବାଲେଶ୍ୱର, ବଳଙ୍ଗା ଓ ପଟ୍ଟାମୁଣ୍ଡାଇ ଘଟଣାରେ ତ୍ୱରିତ ପଦକ୍ଷେପ ନିଆଯାଇଛି ।
Views: 0