ତାଳଚେର : ରାଜ୍ୟ ଦ୍ୱାଦଶ ବନ୍ଧୁକ ଚାଳନା ପ୍ରତିଯୋଗିତା ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମ ଠାରେ ଚଳିତମାସ ୨୦ ତାରିଖଠାରୁ ୨୩ ତାରିଖ ପର୍ୟ୍ୟନ୍ତ ଅନୁଷ୍ଠିତ ହୋଇ ଯାଇଅଛି । ଏଥିରେ ତାଳଚେର ରାଇଫଲ କ୍ଲବ ପାଞ୍ଚୋଟି ମେଡାଲ ହାସଲ କରି ରାଜ୍ୟରେ ଦ୍ୱିତୀୟ ସ୍ଥାନ ହାସଲ କରିବାରେ ସଫଳତା ଲାଭ କରିପାରିଅଛି । ପ୍ରମୋଦ ଚନ୍ଦ୍ର ସାହୁ ଏୟାର ପିସ୍ତଲ ମାଷ୍ଟରରେ ସ୍ଵର୍ଣ୍ଣ ପଦକ ହାସଲ କରିଥିବାବେଳେ, ସ୍ୱୟମ୍ଦେବ ପଟ୍ଟନାୟକ ଏୟାର ରାଇଫଲ ପିପିସାଇଡରେ ସ୍ଵର୍ଣ୍ଣ ପଦକ ହାସଲ କରି ଇଷ୍ଟଜୋନ ପ୍ରତିଯୋଗିତା ନିମନ୍ତେ ବିବେଚିତ ହୋଇପାରିଛନ୍ତି । ଏଥିସହ ପରେଶ ଷଡ଼ଙ୍ଗୀ ଏୟାର ପିସ୍ତଲ ମାଷ୍ଟରରେ ରୋପ୍ୟ ପଦକ, ପିୟୁଷ ଷଡ଼ଙ୍ଗୀ ଏୟାର ପିସ୍ତଲରେ ସ୍ଵର୍ଣ୍ଣ ପଦକ ଓ ପୂର୍ଣ୍ଣଶ୍ଳୋକ ପଟ୍ଟନାୟକ ଓପେନ ସାଇଡ ଟୁଟୁ ରାଇଫଲ ପ୍ରୋନ ରେ କାଂସ୍ୟ ପଦକ ହାସଲ କରିବାରେ ସଫଳ ହୋଇ ପାରିଛନ୍ତି । ରାଜ୍ୟରେ ତାଳଚେର ରାଇଫଲ କ୍ଲବ ପ୍ରତିବର୍ଷ ଗୌରବ ଆଣିବାରେ ସଫଳ ହୋଇ ପାରୁଅଛି ।
Views: 69