କଟକ : କଟକ ରାଜନୀତିକୁ ହଲଚଲ କଲେ ସିନେ ତାରକା ଅରିନ୍ଦମ ରାୟ । ଜାତୀୟ ଯୁବ ଦିବସରେ ସଂକଳ୍ପ ସମାବେଶ ନାଁରେ ଅରିନ୍ଦମଙ୍କ ହଟଚମଟ । ବିଜେଡି କାର୍ଯ୍ୟକ୍ରମରେ ବୈଷ୍ଣବଙ୍କୁ ସାକ୍ଷାତ ପ୍ରସଙ୍ଗରେ ଦେଲେ ରୋଚକ ମନ୍ତବ୍ୟ । ଅରିନ୍ଦମ ଏବେ ଅନ୍ୟ ମନସ୍କ କି ପ୍ରଶ୍ନରେ କହିଲେ ମୁଁ ଜମା ଅନ୍ୟ ମନସ୍କ ନୁହେଁ । ମୁଁ ଜମା ଅନ୍ୟ ମନସ୍କ ନୁହେଁ , ମୁଁ ସବୁବେଳେ ରେଡ୍ଡି କହିଲେ ଅରିନ୍ଦମ । ଦଳୀୟ କାର୍ଯ୍ୟକ୍ରମରେ ଯେବେ ଡକା ହୁଏ , ମୁଁ ନିଶ୍ଚିତ ପହଁଚେ । ଅନ୍ୟପଟେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଦେଖା କରିବା ପ୍ରସଙ୍ଗରେ କହିଲେ କି କିଏ କାହାକୁ ଦେଖା କରିବ ନ କରିବ , କାହାକୁ ମନା ନାହିଁ । ମୁଁ ଦେଖା କରିଛି କିଏ କଣ ଭାବେବି ଯଦି ଭାବନ୍ତୁ । ଅନ୍ୟ ଦଳରୁ ଲଢିବେ କି ନାହିଁ ପ୍ରଶ୍ନରେ କହିଲେ ସମୟ କହିବ ।
Views: 102











