ଭୁବନେଶ୍ୱର : ମଞ୍ଚେଶ୍ୱର ଧିରୁକୁଟି ସାହିରେ ବଧୂ ହତ୍ୟା ଅଭିଯୋଗ । ଘରୁ ଭିତରୁ ନବ ବିବାହିତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଯୈ÷ାତୁକ ଦାବିରେ ହତ୍ୟା କରାଯାଇଥିବା ବାପଘର ପକ୍ଷରୁ ଏତଲା । ମଞ୍ଚେଶ୍ୱର ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସର ଖୋଳତାଡ । ଅନ୍ଧାରୁଆ ଅଞ୍ଚଳର ତୃପ୍ତିମାଲା ନାୟକ ୭ ମାସ ତଳେ ଧୀରୁକୁଟୀ ବସ୍ତିର ବିକ୍ରମ ନାୟକଙ୍କୁ ବିବାହ କରିଥିଲେ । ବିବାହ ପରେ ତୃପ୍ତି ତାଙ୍କ ସ୍ୱାମୀଙ୍କ ସହିତ ଧୀରୁ କୁଟୀ ବସ୍ତିରେ ଶାଶୁ ଘରେ ରହୁଥିଲେ। ହଠାତ ଗତକାଲି ରାତିରେ ଝିଅ ରଶି ଲଗାଇ ଦେଇଥିବା ତୃପ୍ତିଙ୍କ ଘରକୁ ଜଣାଇଥିଲେ ଶାଶୁଘର ଲୋକେ । ତେବେ ଶାଶୁ ଘର ଲୋକେ ହତ୍ୟା କରିଥିବା ନେଇ ମଞ୍ଚେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ତୃପ୍ତିଙ୍କ ପରିବାର । ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଘଟଣାସ୍ଥଳରେ ମଞ୍ଚେଶ୍ୱର ଥାନା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।
Views: 27