ଭୁବନେଶ୍ୱର : ରାଜଧାନୀରେ ପଶିଲା ଦନ୍ତା । ଘଉଡାଇବାକୁ ବନ ବିଭାଗର ଉଦ୍ୟମ । ଭୁବନେଶ୍ବର ଏମ୍ସ ଅଞ୍ଚଳ କାଜୁ ବଗିଚାରେ ବୁଲୁଛି ହାତୀ । ଲୋକଙ୍କୁ ସତର୍କ ରହିବା ସହ ହାତୀ ପାଖକୁ ନଯିବାକୁ ସଚେତନ କରାଯାଉଛି। ଖୋର୍ଦ୍ଧା ବରୁଣେଇ ପାହାଡ଼ ନିକଟରୁ ଚାଲିଆସିଛି ହାତୀ ।ହାତୀକୁ ଘଉଡାଇବା ପାଇଁ ବନ ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ହାତୀ ଠାରୁ ଦୁରେଇ ରହିବା ପାଇଁ ବନ ବିଭାଗ ଲୋକଙ୍କୁ ସଚେତନ କରୁଛି । ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ପକ୍ଷରୁ ସଚେତନ କରାଯାଉଛି । କିଛିଦିନ ପୂର୍ବରୁ ଯାଜପୁର ଜିଲ୍ଲାରେ ଜଙ୍ଗଲୀ ହାତୀକୁ ଦେଖିବାକୁ ମିଳିଥିଲା ।
Views: 97











