ଭୁବନେଶ୍ୱର: ରସୁଣ ଦର ଶୁଣିଲେ ଆପଣଙ୍କର ହୋସ ଉଡିଯିବ । ଆକଶ ଛୁଆଁ ଏବେ ହେଲାଣି ଦର । ରୋଷେଇ ଶାଳର ଅତ୍ୟାବଶ୍ୟକ ସାମଗ୍ରୀ ରସୁଣର ଦର ଆକାଶ ଛୁଆଁ ହୋଇଛି । ଅମଳ ସମୟରେ ବଜାରରେ ରସୁଣ କିଲୋକୁ ପାଖାପାଖି ୫ ଶହ ଟଙ୍କାରେ ବିକ୍ରି ହେଉଛି । ହେଲେ ଦୁଃଖର କଥା ହେଉଛି ରସୁଣ ଚାଷ କରିଥିବା ଚାଷୀ ନୁହେଁ ଚଢା ଦରରେ ରସୁଣ ବିକ୍ରି କରି ବ୍ୟବସାୟୀ ମାଲାମାଲ ହେଉଛନ୍ତି । କୋରାପୁଟରୁ ଆସିଛି ରସୁଣର ଆକାଶ ଛୁଆଁ ଦରବୃଦ୍ଧିର ଖବର ।
ବଜାରରେ ଏବେ ରସୁଣ ଦର ଅକାଶ ଛୁଆଁ ହୋଇଛି । ଆଶ୍ଚର୍ୟ୍ୟକର କଥା ହେଉଛି ଅମଳ ସମୟରେ ଉଚ୍ଚା ଦରରେ ବିକ୍ରି ହେଉଛି ରସୁଣ । ରୋଷେଇ ଘରେ ଅଦା ଅଛି, ଅନ୍ୟ ପରିବା ବି ରହିଛି । ହେଲେ ରସୁଣ ଗାଏବ ହୋଇଯାଇଛି । ତେଣଉ ବିନା ରସୁଣରେ ରୋଷେଇ କିପରି ହେବ । ରସୁଣ ଅମଳ ସମୟରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ବଜାରରେ । କାଁ ଭାଁ ଦୋକାନରେ ରସୁଣ ମିଳୁଛି । ଯେଉଁ କୋରାପୁଟରେ ଚଳିତ ବର୍ଷ ବମ୍ପର ରସୁଣ ଚାଷ ହୋଇଥିଲା, ସେଠି ଏବେ ରସୁଣ କିଣିବାକୁ ଡରୁଛନ୍ତି ଗ୍ରାହକ । ରସୁଣ କିଲୋକୁ ୪୫୦ରୁ ୪୮୦ ଟଙ୍କା କଷୁଛନ୍ତି ବ୍ୟବସାୟୀ । ଦୁଇ ସପ୍ତାହ ତଳେ ରସୁଣ କିଲୋ ପିଛା ୧୫୦ରୁ ୨୦୦ ଟଙ୍କାରେ ବିକ୍ରି କରିଥିଲେ ଚାଷୀ ।
କୋରାପୁଟରେ ଚଳିତ ବର୍ଷ ରସୁଣ ଉତ୍ପାଦନ ଗତବର୍ଷ ଅପେକ୍ଷା ୨୭ ପ୍ରତିଶତ ଅଧିକ ରହିଥିଲା । ତେଣୁ ରସୁଣର ଦର ଅଚାନକ ବୃଦ୍ଧି ପଛରେ କଳାବଜାରୀଙ୍କ ହାତ ଥିବା ଅନୁମାନ କରାଯାଉଛି । ଏପରିକି ଅଧିକ ଲାଭ କରିବା ଲୋଭରେ ବାହାର ରାଜ୍ୟର ମାଫିଆ ମୂଲିଆ ଲଗାଇ ଜମିରୁ ରସୁଣ ଖୋଳାଇ ନେଉଥିବା ଜଣାପଡିଛି । ଅନ୍ୟପଟେ ବ୍ୟବସାୟୀ କହିଛନ୍ତି, ବଜାରରେ ରସୁଣର ଆବଶ୍ୟକତା ପୂରଣ କରିବାକୁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିବାରୁ ଦର ବଢିଯାଇଛି । ସେପଟେ ନୂଆ ରସୁଣ ଅମଳ ହୋଇ ବଜାରକୁ ଆସିଲେ ଦର ସ୍ୱାଭାବିକ ହେବ ବୋଲି କହିଛନ୍ତି, ଉଦ୍ୟାନ କୃଷି ବିଭାଗ ଉପନିର୍ଦ୍ଦେଶକ ।
ରସୁଣ ଦର କେଜି ୫୦୦, ରୋଷେଇ ଘରୁ ଗାଏବ ରସୁଣ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











