The Ultimate Managed Hosting Platform
ADVERTISEMENT

ରବିବାର ଭାରତ-ଇଣ୍ଡିଜ ଶେଷ ଟି୨୦, କ୍ଲିନ୍ ସ୍ୱିପ୍ କରିବା ଲକ୍ଷ୍ୟରେ ରଖିଛି ଇଣ୍ଡିଜ ।

Facebook
Twitter
LinkedIn

ନୂଆଦିଲ୍ଲୀ : ରବିବାର ଭାରତ ଏବଂ ଓ୍ୱେଷ୍ଟ ଇଣ୍ଡିଜ ମଧ୍ୟରେ ସିରିଜର ତୃତୀୟ ତଥା ଶେଷ ଟି୨୦ ଖେଳାଯିବ । ଭାରତ ପ୍ରଥମ ଦୁଇଟି ଟି୨୦ ସିରିଜ୍ ଜିତିଛି । ତେବେ ରୋହିତ ସେନା ତୃତୀୟ ସିରିଜର ମୁକାବିଲା ଜିତି କ୍ଲିନ୍ ସ୍ୱିପ୍ ଲକ୍ଷ୍ୟରେ ରହିବ। ଭାରତୀୟ କ୍ରିକେଟ୍ ଦଳର ସମସ୍ତ ଖେଳାଳି ଚମତ୍କାର ଫର୍ମରେ ଅଛନ୍ତି । ରୋହିତ ସେନା ଗତ ଦୁଇଟି ଟି୨୦ରେ ଉଭୟ ବ୍ୟାଟିଂ ଓ ବୋଲିଂରେ ପ୍ରଭାବି ପ୍ରଦର୍ଶନ କରିଛନ୍ତି । ତେବେ ବିରାଟ କୋହଲି ବି ଫର୍ମକୁ ଫେରିଛନ୍ତି ।ଅଲରାଉଣ୍ଡର ଭେଙ୍କଟେଶ ଆୟାର ଓ ଓ୍ୱିକେଟ୍ କିପର ଋଷଭ ପନ୍ତ ଦ୍ୱିତୀୟ ଦିନିକିଆରେ ଚମତ୍କାର ବ୍ୟାଟିଂ କରିଥିଲେ । ଏହା ବ୍ୟାତିତ ରବି ବିଶ୍ନୋଇ, ହର୍ଷଲ ପଟେଲ, ଭୁବନେଶ୍ୱର କୁମାରଙ୍କ ଭଲି ବୋଲର ମଧ୍ୟ ବିପକ୍ଷ ବ୍ୟାଟରଙ୍କୁ ଚାପରେ ରଖିବାରେ ବହୁ ସମର୍ଥ ହୋଇଥିଲେ । ଦ୍ୱିତୀୟ ଦିନିକିଆରେ ଇଣ୍ଡିଜ ଭଲ ଖେଳିଥିଲେ ବି ବିଜୟୀ ହୋଇନଥିଲା । ମାତ୍ର ୮ ରନରେ ପରାସ୍ତ ହୋଇଥିଲା । ଦଳର ଟପ୍ ଅର୍ଡର ଭଲ ଫର୍ମରେ ଥିଲେ ବିମ୍ୟାଚ୍ ବିଜୟୀରେ ସହାୟକ ହେଉ ନାହାଁନ୍ତି ।

ବୋଲର ବି ପ୍ରଭାବହୀନ ବୋଲିଂ କରୁଛନ୍ତି । ବିସିସିଆଇ ବାୟୋ ବବଲରୁ ବିରାଟଙ୍କୁ ବ୍ରେକ୍ ଦେଇଥିବାରୁ ଶେଷ ଟି୨୦ରେ ଖେଳିବେନି ବିରାଟ । ତାଙ୍କ ସ୍ଥାନରେ ଶ୍ରେୟସ ଆୟରଙ୍କୁ ସୁଯୋଗ ମିଳିପାରେ । ତେବେ ସେହିପରି ଇଣ୍ଡିଜ ତୃତୀୟ ଟି୨୦ ଜିତି ସମ୍ମାନ ରକ୍ଷା କରିବାକୁ ଚେଷ୍ଟା କରିବ । ଗତ ମ୍ୟାଚରେ ସେଲଡନ କଟରେଲ୍ ବ୍ୟୟ ବହୁଳ ସାବ୍ୟସ୍ତ ହୋଇଥିଲେ । ତେବେ ଦଳ ବୋଲିଂ ଉପରେ ଅଧିକ ଗୁରୁତ୍ୱ ଦେବାକୁ ଚେଷ୍ଟା କରିବ ।ଏହାସହ ଶେଷ ଟି୨୦ ଜିତିବାକୁ ପ୍ରୟାସ କରିବ ।ସୂଚନା ଅନୁଯାୟୀ, ପୂର୍ବରୁ ଭାରତ ଇଣ୍ଡିଜ ବିରୋଧରେ ୩-୦ରେ ଦିନିକିଆ ସିରିଜ୍ ଜିତିଛି । ଦଳ ଟି୨୦କୁ ମଧ୍ୟ କ୍ଲିନ୍ ସ୍ୱିପ୍ କରିବା ଲକ୍ଷ୍ୟରେ ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ନବୀନଙ୍କ ଭିଡିଓକୁ ପ୍ରଶ୍ନକଲା ବିଜେପି

କେବଳ ଲମ୍ବା ଭାଷଣ , ବଡ ଆଡଭରଟାଇଜମେଣ୍ଟରେ ବିକାଶ ହୁଏନି ; ନବୀନ

ଭୁବନେଶ୍ୱର : ବିଜେଡିର ଜନଜାଗରଣ କାର୍ଯ୍ୟକ୍ରମରେ ସରକାରଙ୍କୁ ଟାର୍ଗେଟ । ବର୍ଷକର କାର୍ଯ୍ୟକ୍ରମକୁ ନେଇ ଟାର୍ଗେଟ କଲେ । କୁହାଯାଉଛି ଲୋକଙ୍କ ସରକାର , କିନ୍ତୁ କାହାନ୍ତି...

ADVERTISEMENT

Login