ପୁରୀ : ରଥଯାତ୍ରା ପାଇଁ କଡା ସୁରକ୍ଷା ବ୍ୟବସ୍ଥା । ପୁରୀ ଜଗିବ ୨୭୫ଟି ଏଆଇ କ୍ୟାମେରା । ପୁଲିସ ଡିଜି ୱାଇ.ବି.ଖୁରାନିଆଙ୍କ ସୂଚନା । ୫ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରହିବ । ୧୦ ହଜାର ସୁରକ୍ଷା କର୍ମୀ ମୁତୟନ ହେବେ । କୁଇକ ରେସପନ୍ସ ଟିମ ଓ ଡ୍ରୋନର ସହାୟତା ନିଆଯିବ । ସମୁଦ୍ର ତଟରେ ମୁତୟନ ହେବେ କୋଷ୍ଟ ଗାର୍ଡ । ୬୯ଟି ସ୍ୱାସ୍ଥ୍ୟ କେନ୍ଦ୍ର , ୬୪ ଆମ୍ବୁଲାନ୍ସ , ୨୬୫ ସ୍ୱତନ୍ତ୍ର ବେଡ ବ୍ୟବସ୍ଥା । ୩୭୮ ଅତିରିକ୍ତ ଡାକ୍ତର ଓ ପାରାମେଡିକାଲ ଷ୍ଟାଫ ରହିବେ । ଏମସର ବିଶେଷଜ୍ଞ ଡାକ୍ତର ସେବା ଯୋଗାଇବେ ।
ଶୃଙ୍ଖଳିତ ରଥଯାତ୍ରା ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଗୁରୁତ୍ୱ । ଅଘଟଣ ଶୂନ୍ୟ ରଥଯାତ୍ରା ପ୍ରାଥମିକତା ହେବ କହିଲେ ସିଏମ । ସମ୍ଭାବ୍ୟ ଦଳାଚକଟା ସ୍ଥାନରେ ତୀକ୍ଷ୍ଣ ନଜର ରଖାଯାଇଛି । ଡ୍ରୋନ ଓ ଏଆଇ କ୍ୟାମେରା ବ୍ୟବସ୍ଥା କରାଯାଇଛି । ଏନଏସଜି ଓ ସ୍ନାଇପର ଟିମ ମୁତୟନ ହେବେ । ଯେକୈାଣସି ଆତଙ୍କୀ କାର୍ଯ୍ୟର ପ୍ରତିହତ ପାଇଁ ପ୍ରସ୍ତୁତ ।
ରଥଯାତ୍ରା ସମୟରେ ଗଡିବ ୩୬୫ ଟି ସ୍ୱତନ୍ତ୍ର ଟ୍ରେନ । ପୂର୍ବତଟ ରେଲୱେ ପକ୍ଷରୁ ବ୍ୟାପକ ବ୍ୟବସ୍ଥା । ରାଜ୍ୟର ପ୍ରାୟ ସମସ୍ତ ଅଞ୍ଚଳରୁ ଚଳାଚଳ କରିବ । ପଡୋଶୀ ଆନ୍ଧ୍ର, ପଶ୍ଚିମବଙ୍ଗ ଓ ଛତିଶଗଡରୁ ବି ଗଡିବ । ପଲାସା, ବିଶାଖାପାଟଣା, ଜଗଦଲପୁର , ଗୋଣ୍ଡିଆ ଓ କୋଲକତାରୁ ଗଡିବ ଟ୍ରେନ ।
ରଥଯାତ୍ରାରେ ଡ୍ରୋନ ସହାୟତା ନିଆଯିବ ; ଅଘଟଣ ଶୂନ୍ୟ ରଥଯାତ୍ରା ଲକ୍ଷ୍ୟ , ଗଡିବ ୩୬୫ ଟ୍ରେନ
Facebook
Twitter
LinkedIn
Facebook
Twitter
LinkedIn
Recent News
ଶୀତଦିନେ ଡାଏଟରେ ସାମିଲ କରନ୍ତୁ ଏହି ଜିନିଷ , ହାର୍ଟ ଓ ମସ୍ତଷ୍କ ପାଇଁ ଭଲ
ବ୍ୟୁରୋ : କାଜୁ ବାଦାମର ସ୍ୱାଦ ଏପରି ହୋଇଥାଏ ଯେ ଥରେ ଖାଇବା ଆରମ୍ଭ କରିବା ପରେ ଏହାକୁ ଛାଡିବାକୁ ଇଚ୍ଛା ହୁଏ ନାହିଁ । କିନ୍ତୁ...
ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ
ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...
ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା
ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...
ଗୃହରେ ପାଣ୍ଡିଆନ ତାତି
ଭୁବନେଶ୍ୱର : ମୁଲତବି ଆଲୋଚନା ବେଳେ ପୁଣି ଉଠିଲା ପାଣ୍ଡିଆନ ପ୍ରସଙ୍ଗ । ବିଜେଡି ବିଧାୟକଙ୍କୁ କାଗଜ ବାଘ କହି ତାଚ୍ଛଲ୍ୟ କଲେ ପ୍ରତାପ ଚନ୍ଦ୍ର ନାୟକ...











