ନୂଆଦିଲ୍ଲୀ : ରଣବୀର ଆଲ୍ଲାହାବାଦିଆଙ୍କୁ ସୁପ୍ରିମ କୋର୍ଟରୁ ବଡ଼ ଆଶ୍ବସ୍ତି । ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ପ୍ରଦାନ କଲେ ସୁପ୍ରିମ କୋର୍ଟ । କୋର୍ଟଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ପର୍ୟ୍ୟନ୍ତ ରଣବୀର ଏବଂ ତାଙ୍କ ସାଥୀ ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ୍’ ଶୋ କରିପାରିବେ ନାହିଁ । ସୁପ୍ରିମକୋର୍ଟ କହିଛନ୍ତି ‘ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ୍’ରେ ପ୍ରସାରିତ ଏପିସୋଡ ଆଧାରରେ ଆଲ୍ଲାହାବାଦିଆଙ୍କ ବିରୋଧରେ ଆଉ ସାନି ଏତଲା ରୁଜୁ ହୋଇପାରିବ ନାହିଁ । ରଣବୀର ନିଜ ପାସପୋର୍ଟକୁ ପୋଲିସ ପାଖରେ ଜମା କରିବେ । କୋର୍ଟଙ୍କ ବିନା ଅନୁମତିରେ ସେ ଦେଶ ବାହାରକୁ ଯାଇପାରିବେ ନାହିଁ ବୋଲି କୋର୍ଟଙ୍କ ନିର୍ଦ୍ଦେଶ ରହିଛି । ରଣବୀର ଆଲ୍ଲାହାବାଦିଆଙ୍କ ମନ୍ତବ୍ୟକୁ କଡ଼ା ସମାଲୋଚନା କରିଛନ୍ତି ସୁପ୍ରିମକୋର୍ଟ । କହିଛନ୍ତି ଆପଣ ଲୋକପ୍ରିୟ ବୋଲି କିଛି ବି କହିପାରିବେ ନାହିଁ । ଆପଣଙ୍କ ମନ୍ତବ୍ୟକୁ ନିହାତି ଲଜ୍ଜାଜନକ ବୋଲି କହିଛନ୍ତି । ଶୋରେ ଯେଉଁ ଭଳି ବିକୃତ ମାନସିକତାର ପ୍ରଦର୍ଶନ କରାଯାଇଛି ସେଥିରେ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି ହୋଇଛି ।
Views: 27