ଢେଙ୍କାନାଳ : ଯୌତୁକ ପାଇଁ ବଧୁ ହତ୍ୟା ଅଭିଯୋଗ । ସଦର ଥାନା ଗଙ୍ଗାଧର ପ୍ରସାଦ ଗାଁରେ ଘଟିଛି ଏଭଳି ଘଟଣା । ଘଟଣାରେ ସ୍ୱାମୀ ଅଟକ ହୋଇଛନ୍ତି । ଶାଶୁଙ୍କ ନାଁରେ ବି ଅଭିଯୋଗ ହୋଇଛି । ଆଠଗଡ ମେଡିକାଲରେ ମୃତଦେହ , ସଦର ପୋଲିସ ଘଟଣାର ତଦନ୍ତ କରୁଛି । ମୃତକ ହେଲେ ପୂଜା ପାତ୍ର । ଅଭିଯୋଗ ଅନୁଯାୟୀ, କଟକ ମଣିଆବନ୍ଧ ଥାନା କସିକିଆରୀ ଗାଁର ପୂଜା ପାତ୍ର ୭ବର୍ଷ ପୂର୍ବେ ରଶ୍ମିତ ପାତ୍ରଙ୍କୁ ବିବାହ କରିଥିଲେ । ବାହାଘର ପରଠୁ ବାପଘରୁ ଟଙ୍କା ଆଣିବାକୁ ବାରମ୍ବାର କହୁଥିଲେ ରଶ୍ମିତ । ଏପରିକି ସ୍ବାମୀ ଓ ଶାଶୂଘର ଲୋକ ନିର୍ୟାତନା ମଧ୍ୟ ଦେଉଥିଲେ ବୋଲି କହିଛନ୍ତି ମୃତ ମହିଳାଙ୍କ ପରିବାର ।
Views: 52