The Ultimate Managed Hosting Platform
ADVERTISEMENT

ଯୋଡ଼ାରେ ନିଷ୍ଠାର ସହିତ ପାଳିତ ହେଲା ଠାକୁରାଣୀ ଓଷା, ନିଆଁରେ ଚାଲିଲେ ଓ କଣ୍ଟା ଦୋଳିରେ ଝୁଲିଲେ ବ୍ରତାଧାରୀ ଭକ୍ତ

Facebook
Twitter
LinkedIn

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଯୋଡା ଭୂୟାଁ ବସ୍ତିଁ ପାତ୍ର ସାହିରେ ଭକ୍ତିମୟ ପରିବେଶରେ ମା’ ଠାକୁରାଣୀଙ୍କ ଓଷା ପର୍ବ ପାଳିତ ହୋଇଯାଇଛି । ଶୁକ୍ରବାର, ପରମ୍ପରା ଅନୁଯାୟୀ ମା’ ଠାକୁରାଣୀଙ୍କ ସମସ୍ତ ନୀତିକାନ୍ତି କରାଯାଇ ବିଧି ବିଧାନର ସହକାରେ ମା’ଙ୍କ ପୂଜା ଅର୍ଚ୍ଚନା କରାଯାଇଥିଲା । ଆଜି ଶେଷ ଦିନ ରେ ମା’ ଠାକୁରାଣୀଙ୍କ ଓଷା ପୂଜାରେ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ ହୋଇଥିଲା । ମାନସିକ ରଖି ଉପବାସ ବ୍ରତ ରଖିଥିବା ଭକ୍ତମାନେ ଖାଲି ପାଦରେ ନିଆଁରେ ଚାଲିବ। ସହ କଣ୍ଟା ଦୋଳିରେ ଝୁଲିଥିଲେ । ପ୍ରତିବର୍ଷ ଏହିଭଳି ପରମ୍ପରା ଅନୁଯାୟୀ ପୂଜାବିଧି ପାଳିତ ହୁଏ, ଯାହା ଶ୍ରଦ୍ଧାଳୁଙ୍କ ପାଇଁ ମୁଖ୍ୟ ଆକର୍ଷଣର କେନ୍ଦ୍ର ବିନ୍ଦୁ ହୋଇଥାଏ ।

ଯୋଡା ପାତ୍ର ସାହିରେ ମା’ ଠାକୁରାଣୀଙ୍କ ଆବିର୍ଭାବ ସମ୍ପର୍କରେ ସୂଚନା ମିଳିଛି ଯେ, ଗୋଟିଏ ସ୍ଥାନରେ ପାରା ରହଣିରୁ ଅୟମାରମ୍ଭ ହୋଇଥିଲା ମା’ ଙ୍କ ଆବିର୍ଭାବ । ବର୍ତ୍ତମାନ କୋଠୀ ଶାଳ ସ୍ଥାପନ ହୋଇଥିବା ସ୍ଥାନରେ ବହୁ ବର୍ଷ ପୂର୍ବରୁ ଗୁରୁଚରଣ ପାତ୍ର ଓ ତାଙ୍କ ପତ୍ନୀ ବୁଧୁନି ରହୁଥିଲେ । ସେମାନଙ୍କ ସନ୍ତାନ ଲାଘବ ହେବାର ମାତ୍ର ୧୦ବର୍ଷ ପରେ ଆରପାରିକୁ ଚାଲିଗଲେ । ନିଜର ସନ୍ତାନକୁ ହରାଇ ପାତ୍ର ଦମ୍ପତି ଦୁଃଖରେ ଭାଙ୍ଗି ପଡ଼ିଥିଲେ । ଦିନେ ବୁଧୁନୀ ଘରେ ବସି ଚାଉଳ ବାଛୁଥିବା ସମୟରେ ଦୁଇଟି ପାରା ତାଙ୍କ ନିକଟକୁ ଆସି ବସିଲେ । ପରେ ପାରା ଦୁଇଟି ସେଠାରୁ ନଯାଇ ତାଙ୍କ ଘରେ ରହିଗଲେ । ଏହି ଘଟଣାର କିଛିଦିନ ପରେ ବୁଧୁନିଙ୍କୁ ମା’ ଠାକୁରାଣୀଙ୍କ ସ୍ବପ୍ନାଦେଶ ହୋଇଥିଲା । ଅସେଇଁକଳା ଗ୍ରାମରେ ଥିବା ଏକ କୁମ୍ଭାର ପରିବାର ନିକଟରୁ ତାଙ୍କର ମୃଣ୍ମୟୀ ମୂର୍ତ୍ତି ଆଣି ଯୋଡାରେ ସ୍ଥାପନ କରି ପୂଜା ଅର୍ଚ୍ଚନା କରିବା ପାଇଁ ସ୍ଵପ୍ନାଦେଶ ଦେଇଥିଲେ ମା’ ଠାକୁରାଣୀ । ସ୍ବପ୍ନାଦେଶ ଅନୁଯାୟୀ, ବୁଧୁନି ଗ୍ରାମବାସୀଙ୍କ ସହାୟତାରେ ମା’ ଠାକୁରାଣୀଙ୍କୁ ସେବେଠାରୁ ପୂଜାଅର୍ଚ୍ଚନା କରି ଆସୁଥିବା ଜନଶ୍ରୁତି ରହିଛି । ଗତ ସାତ ଦିନ ଧରି ମା’ ଙ୍କ ମୂର୍ତ୍ତି ଆଣିବା ପରେ ପୂଜା ଅର୍ଚ୍ଚନା କରାଯାଇଥିଲା । ଶୁକ୍ରବାର ଏହି ଠାକୁରାଣୀ ଓଷାରେ ଭଣ୍ଡାର ଘରିଆ ସୁରେନ୍ଦ୍ର ପାତ୍ର,ଠାକୁରାଣୀ ପୂଜାରୀ ସୁଷମା ପାତ୍ର, ଈଶ୍ୱର ପାତ୍ର, ଗୋକୁଳ ପାତ୍ର, ସାରଦା ପାତ୍ର, ରାଜେଶ୍ ପାତ୍ର ,ବ।ବଲୁ ପାତ୍ର, ଦେବାଶିଷ ପାତ୍ର, କ୍ରିଷ୍ଣା ପାତ୍ର ପ୍ରମୁଖ ଉପବାସ ବ୍ରତ ରଖି ପୂଜାର୍ଚ୍ଚନା କରିଥିଲେ । ବିଶ୍ୱାସ ରହିଛି ନିଷ୍ଠାର ସହିତ ଓଷା ପାଳନ କଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login