The Ultimate Managed Hosting Platform
ADVERTISEMENT

ଯୋଗୀ ସରକାର ବଦଳାଇଲେ ସିଲାବସ୍, ଇତିହାସ ବହିରୁ ହଟିଲା ମୋଗଲ ସମ୍ରାଟଙ୍କ ବିଷୟ

Facebook
Twitter
LinkedIn

ଲକ୍ଷ୍ନୌ : ବଦଳିଲା ସିଲାବସ୍ । ବର୍ତ୍ତମାନଠାରୁ ଉତ୍ତରପ୍ରଦେଶ (ୟୁପି) ବିଦ୍ୟାଳୟରେ ମୋଗଲମାନଙ୍କ ବିଷୟରେ ଇତିହାସ ଶିକ୍ଷା ଦିଆଯିବ ନାହିଁ। ଯୋଗୀ ସରକାରଙ୍କ ନିଷ୍ପତ୍ତି ପରେ ଦ୍ୱାଦଶ ଶ୍ରେଣୀ ସିଲାବସ୍ ସହ ଏକାଦଶ ଶ୍ରେଣୀ ସିଲାବାସରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ଇତିହାସ ପୁସ୍ତକରୁ କେବଳ ମୋଗଲ ସମ୍ରାଟଙ୍କ ଇତିହାସ ନୁହେଁ, ଇସଲାମର ବୃଦ୍ଧି, ଶିଳ୍ପ ବିପ୍ଳବ, ସଂସ୍କୃତିର ସଂଘର୍ଷ ଆଦି ବିଷୟରେ ଶିକ୍ଷା ଇତିହାସ ପୁସ୍ତକରୁ ହଟାଇ ଦିଆଯାଇଛି। ଯୋଗୀ ସରକାର ଉତ୍ତରପ୍ରଦେଶରେ ପିଲାମାନଙ୍କ ଶିକ୍ଷାରୁ ମୋଗଲ ମାନଙ୍କ ଇତିହାସକୁ ବାଦ୍ ଦେଇଛନ୍ତି। ଏକ ବଡ଼ ନିଷ୍ପତ୍ତି ଅନୁସାରେ ଉତ୍ତରପ୍ରଦେଶ ସରକାର ଦ୍ୱାଦଶ ସିଲାବସରେ ପରିବର୍ତ୍ତନ କରିଛନ୍ତି। ୟୁପି ସରକାରଙ୍କ ନିଷ୍ପତ୍ତି ଉଭୟ ୟୁପି ବୋର୍ଡ ଏବଂ ସିବିଏସ୍ଇ ବୋର୍ଡରେ ପ୍ରଯୁଜ୍ୟ ହେବ। ୟୁପିରେ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ମୋଗଲ ସମ୍ରାଟଙ୍କ ଇତିହାସ ଅଧ୍ୟୟନ କରିବେ ନାହିଁ । ୟୁପି ବୋର୍ଡ ଏବଂ ସିବିଏସ୍ଇ ବୋର୍ଡ ୨୦୨୩-୨୪ ଏକାଡେମିକ୍ ବର୍ଷ ପାଇଁ ସିଲାବସ୍ ବଦଳାଇଛନ୍ତି।
ଏଥି ସହିତ ୨୦୨୩-୨୪ଏକାଡେମିକ୍ ବର୍ଷରୁ ଏନସିଇଆରଟି ମୋଗଲ କୋର୍ଟ ଏବଂ ଶାସକ ସମ୍ବନ୍ଧୀୟ ପାଠ୍ୟକୁ ଦ୍ୱାଦଶ ଶ୍ରେଣୀର ଭାରତୀୟ ଇତିହାସ-୨ ର କିଛି ବିଷୟରୁ ହଟାଇ ଦେଇଛି । ଏ ପର୍ୟ୍ୟନ୍ତ ଆକବରନାମା, ବାଦଶାହନାମା, ପାଣ୍ଡୁଲିପି ରଚନା, ମୋଗଲ ସମ୍ରାଟ ଏବଂ ସେମାନଙ୍କର ସାମ୍ରାଜ୍ୟ, ଆଦର୍ଶ ରାଜ୍ୟ, ଆଖ୍ୟା, ରାଜକୀୟ ଅମଲାତନ୍ତ୍ର, ରାଜ ପରିବାର, ସୂଚନା ଏବଂ ସାମ୍ରାଜ୍ୟ, ମୋଗଲ ଆଭିମୁଖ୍ୟ ଏବଂ ଆନୁଷ୍ଠାନିକ ଧର୍ମ ଶିକ୍ଷା ଦିଆଯାଇଥିଲା।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବିଧାନସଭା ପରମ୍ପରାକୁ ହତ୍ୟା କରାଯାଇଛି-ଭକ୍ତ

ବଳଙ୍ଗା ପୀଡିତା ମୃତ୍ୟୁ ଘଟଣା : ଅଗଷ୍ଟ ୧୪ରେ ପଦଯାତ୍ରା କରିବ କଂଗ୍ରେସ

ଭୁବନେଶ୍ୱର : ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ପିସିସି ସଭାପତି ପ୍ରତିକ୍ରିୟା ରଖିଛନ୍ତି। ଆଗାମୀ ଦିନରେ ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଲଢ଼ିବ କଂଗ୍ରେସ । ଅଗଷ୍ଟ ୧୪...

ADVERTISEMENT
ଲକ୍ଷପତି ଦିଦି ହେବେ କୋଟିପତି : ପ୍ରଭାତୀ

ଲକ୍ଷପତି ଦିଦି ହେବେ କୋଟିପତି : ପ୍ରଭାତୀ

ଭୁବନେଶ୍ୱର :ଲକ୍ଷପତି ଦିଦି କୋଟିପତି ହେବେ କହିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ବିନା ସୁଧରେ ୧୦ ଲକ୍ଷ ପ ର୍ଯ୍ୟନ୍ତ ରୁଣ ଯୋଗାଇବାକୁ ସରକାରଙ୍କ ପ୍ରାଥମିକତା...

Login