ରେଢାଖୋଲ: କାର ଧକ୍କାରେ ବାଇକ ଆରୋହୀ ଯବୁକଙ୍କ ମୃତ୍ୟୁ ଘଟଣା । ମାମଲାରେ ସାହେବି ସରପଞ୍ଚ ରାମପ୍ରସାଦ ସାହୁଙ୍କ ସହ ୨ ଗିରଫ । ୧ତାରିଖରେ ବାଟଗାଁ ସିରିଗିଡା ନିକଟରେ ଯୁବକଙ୍କ ମୃତ୍ୟୁ ହୋଇଥିଲା । ବାଇକରେ ଯାଉଥିବା ବେଳେ ସରପଞ୍ଚଙ୍କ କାର ଧକ୍କା ଦେଇଥିଲା । ନାକଟି ଦେଉଳି ଥାନାରେ ପରିବାର ଲୋକେ ହତ୍ୟା ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଭୁବନେଶ୍ୱରରୁ ସରପଞ୍ଚଙ୍କୁ ଗିରଫ କଲା ପୋଲିସ ।
Views: 108











