ନୂଆଦିଲ୍ଲୀ : ତାଇଓ୍ଵାନ-ଚୀନ୍ ଭିତରେ ଘନେଇଲା ଯୁଦ୍ଧ ଆଶଙ୍କା । ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ସେନାକୁ ନିର୍ଦ୍ଦେଶ ଦେଲେ ଚୀନ ରାଷ୍ଟ୍ରପତି ସି ଜିନ ପିଙ୍ଗ। ତାଇଓ୍ଵାନ ଓ ଫିଲିପାଇନ୍ସ ସୀମାରେ ଆମେରିକା ବେସ୍ କରୁଥିବାରୁ ଚିହିଙ୍କି ଉଠିଛି ବେଜିଂ । ଗତକାଲି ଜିନପିଙ୍ଗ ସଶସ୍ତ୍ର ବାହିନୀର ସାଉଥ ଥିଏଟର କମାଣ୍ଡ ନୌସେନା ତଦାରଖ କରିଛନ୍ତି ଜିନପିଙ୍ଗ । ସୈନିକମାନଙ୍କର ତାଲିମ ଏବଂ ଯୁଦ୍ଧ ପ୍ରସ୍ତୁତିର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି । ଆଧୁନିକ ପ୍ରଣାଳୀରେ ସୈନିକଙ୍କୁ ପ୍ରଶିକ୍ଷଣ ଦେବା ସହ ପ୍ରକୃତ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ସେନାଙ୍କୁ ଜିନପିଙ୍ଗ କହିଛନ୍ତି । ଆମେରିକା ବାଚସ୍ପତିଙ୍କୁ ତାଇଓ୍ଵାନ୍ ରାଷ୍ଟ୍ରପତି ଭେଟିବା ପରେ ସମରାଭ୍ୟାସ କରିଥିଲା ଚୀନ। ତାଇଓ୍ଵାନ ସୀମାରେ କରିଥିଲା ୩ଦିନିଆ ସମରାଭ୍ୟାସ । ଯୁଦ୍ଧଭ୍ୟାସ ନାଁରେ ଯୁଦ୍ଧର ଆତଙ୍କ ସୃଷ୍ଟି କରିଥିଲା। ତାଇଓ୍ଵାନ ଉତ୍ତର, ଦକ୍ଷିଣ ଓ ପୂର୍ବ ସୀମାରେ ଥିବା ଜଳ ଓ ବାୟୁସୀମାରେ ଯୁଦ୍ଧାଭ୍ୟାସ କରିଥିଲା ଚୀନ। ଏପଟେ ଚଳିତ ସପ୍ତାହରେ ଫିଲିପାଇନ୍ସ ସହ ବିରାଟ ସମରଭ୍ୟାସ କରିବ ଆମେରିକା।
ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ଚୀନ ରାଷ୍ଟ୍ରପତି ସି ଜିନ ପିଙ୍ଗଙ୍କ ନିର୍ଦ୍ଦେଶ

Facebook
Twitter
LinkedIn
Facebook
Twitter
LinkedIn
Recent News
କରୁର ଦଳାଚକଟା ; ତଦନ୍ତ କରିବ ସିବିଆଇ
ତାମିଲନାଡୁ : ତାମିଲନାଡୁ କରୁର ଦଳାଚକଟା ଘଟଣାର ତଦନ୍ତ କରିବ ସିବିଆଇ । ମାମଲାର ସିବିଆଇ ତଦନ୍ତ ନିଦେ୍ର୍ଦଶ ଦେଲେ ସୁପ୍ରିମକୋର୍ଟ । ସିବିଆଇ ତଦନ୍ତକୁ ମନିଟର...
ପଣବନ୍ଦୀଙ୍କୁ ମୁକ୍ତ କଲା ହମାସ
ନୂଆଦିଲ୍ଲୀ : ୨ ବର୍ଷ ପରେ ଇସ୍ରାଏଲୀ ପଣବନ୍ଦୀଙ୍କୁ ମୁକ୍ତ କଲା ହମାସ । ଐତିହାସିକ ଶାନ୍ତି ଚୁକ୍ତି ପୂର୍ବରୁ ହମାସର ବଡ ପଦକ୍ଷେପ । ଇସ୍ରାଏଲ-ଗାଜା...
ମମତାଙ୍କୁ ପ୍ରଭାତୀଙ୍କ ଟାର୍ଗେଟ
ଭୁବନେଶ୍ୱର : ମମତା ବାନାର୍ଜୀଙ୍କୁ କଡା କାଉଣ୍ଟପ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଝିଅମାନେ ରାତିରେ ବାହାରକୁ ଯିବା ଉଚିତ ନୁହେଁ ମମତାଙ୍କ ମନ୍ତବ୍ୟକୁ ସମାଲୋଚନା...
ଏମସ କର୍ମଚାରୀଙ୍କୁ ଗୁଳି କରି ହତ୍ୟା !
ଭୁବନେଶ୍ୱର : ଏମସ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କଲେ ଦୁର୍ବୁତ୍ତ । ଡ୍ୟୁଟି ଆସିବା ବେଳେ ଲ୍ୟାବ ଆସିଷ୍ଟାଣ୍ଟଙ୍କୁ ଗୁଳିମାଡ । ରଣସିଂପୁରରେ ଗୋଡାଇ ଗୋଡାଇ...