The Ultimate Managed Hosting Platform
ADVERTISEMENT

ଯୁକ୍ତ ଦୁଇ ପରୀକ୍ଷା ବାତିଲ ଦାବିରେ ରାଜ ରାସ୍ତାକୁ ଉହ୍ଲାଇଲେ ଛାତ୍ରଛାତ୍ରୀ

Facebook
Twitter
LinkedIn

ଭୁବନେଶ୍ୱର: ଯୁକ୍ତ ଦୁଇ ପରୀକ୍ଷା ବାତିଲ ଦାବିରେ ରାଜ ରାସ୍ତାକୁ ଉହ୍ଲାଇଲେ ୨ୟ ବର୍ଷର ଛାତ୍ରଛତ୍ରୀ । ରାଜଧାନୀର ଭୁବନେଶ୍ୱର ସ୍ଥିତ ମାଷ୍ଟରକ୍ୟାଣ୍ଟିନ୍ ଛକରେ ଶହ ଶହ ଛାତ୍ରଛାତ୍ରୀ ଏକଜୁଟ ହୋଇ ଭିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏଥିରେ ରାଜ୍ୟର ବିଭିନ୍ନ କଲେଜର ଛାତ୍ରଛାତ୍ରୀ ସାମିଲ ହେବା ସହ ପରୀକ୍ଷା ବାତିଲ କରିବାକୁ ଦାବି କରିଛନ୍ତି ।

ସୂଚନାଯୋଗ୍ୟ, କିଛି ଦିନ ପୂର୍ବେ ମାଟ୍ରିକ ଓ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବାକୁ ପ୍ରସ୍ତୁତ ରହିବାକୁ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାସ କହିଥିବା ବେଳେ ଏହାକୁ ବିରୋଧ କରିଛନ୍ତି ଯୁକ୍ତ ୨ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀ। କରୋନା ସଂକ୍ରମଣକୁ ଦୃଷ୍ଟରେ ରଖି ଦୀର୍ଘ ଦିନ ବନ୍ଦ ରହିବା ପରେ କଲେଜ ଖୋଲିଥିଲା । ଫଳରେ ପାଠପଢ଼ା ବାଧାପ୍ରାପ୍ତ ହୋଇଛି । ମାସ ମାସ ଧରି ଅନଲାଇନ୍ କ୍ଲାସ୍ କରିଥିଲେ ମଧ୍ୟ କୋର୍ସ ଶେଷ ହୋଇନାହିଁ ।

ଏ ନେଇ ଜଣେ ଛାତ୍ର କହିଛନ୍ତି ଯେ, ଆମର କୋର୍ସ ସମ୍ପୂର୍ଣ୍ଣ ହୋଇନି। ୬ ମାସ କଲେଜ ଖୋଲିଥିବା ବେଳେ ୩ ମାସ ପରୀକ୍ଷାରେ ଚାଲିଗଲା। ମାତ୍ର ୩ ମାସ ପାଠପଢାରେ କଣ କୋର୍ସ ସରିଗଲା? ସେଭଳି ସ୍ଥିତିରେ ପରୀକ୍ଷା କଲେ ଛାତ୍ରଛାତ୍ରୀଙ୍କ କ୍ୟାରିୟର ବରବାଦ୍ ହୋଇଯିବ। ଯେତେବେଳେ ସପିଂ ମଲ୍, ବାର୍ ଖୋଲିପାରୁଛି, ତାହାହଲେ କଲେଜକୁ କାହିଁକି ଖୋଲାଗଲା ନାହିଁ? ରାଜ୍ୟରେ ଅନ୍ଲାଇନ୍ କ୍ଲାସ ଚାଲୁଥିଲା ସତ କିନ୍ତୁ ଅନେକ ପିଲାଙ୍କ ନିକଟରେ ସ୍ମାର୍ଟ ଫୋନ୍ ଓ ଇଣ୍ଟରନେଟ୍ର ସମସ୍ୟା ଥିଲା। ସେହିପରି ଅନ୍ୟ ଜଣେ ଛାତ୍ରୀ କହିଛନ୍ତି ଯେ, ସରକାର କହୁଛନ୍ତି ୭୦ ପ୍ରତିଶତ କୋର୍ସରେ ପରୀକ୍ଷା ହେବ। କିନ୍ତୁ ଅବଶିଷ୍ଟ ୩୦ ପ୍ରତିଶତ କୋର୍ସ କେଉଁଠି ପଢିବୁ। ଆମେ ଚାହୁଁଛୁ, ଶତ ପ୍ରତିଶତ କୋର୍ସ ସମ୍ପୂର୍ଣ୍ଣ କରିବା ସହ କଲେଜରେ ହେଉଥିବା କ୍ୱାର୍ଟର୍ ଏକଜାମ୍ ଆଧାରରେ ମାର୍କ ଦିଆଯାଉ ବୋଲି ଦାବି କରିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ତୋରଣ ପାଇଁ ରାସ୍ତା ନଷ୍ଟ ହେବ ନାହିଁ : ହାଇକୋର୍ଟ

ତୋରଣ ପାଇଁ ରାସ୍ତା ନଷ୍ଟ ହେବ ନାହିଁ : ହାଇକୋର୍ଟ

ଭୁବନେଶ୍ୱର : ପାର୍ବଣ କଟକଣା ଉପରେ ହାଇକୋର୍ଟଙ୍କ ନିଦେ୍ର୍ଦଶ । ତୋରଣ ନିର୍ମାଣ ପାଇଁ ପ୍ରଶାସନର ଅନୁମତି ଆବଶ୍ୟକ । ତୋରଣ ଗୁଡିକର ନିରାପତ୍ତା ନିଶ୍ଚିତ କରିବ...