ଧର୍ମଗଡ : ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କ ସନେ୍ଦହଜନକ ମୃତ୍ୟୁ । ଜଳସଂପଦ ବିଭାଗ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରଞ୍ଜିତ କାର୍ଜି । ମୁଖୟଗୁଡି ସ୍ଥିତ କ୍ୱାଟର୍ସରୁ ମୃତଦେହ ଉଦ୍ଧାର କଲା ଜୟପାଟଣା ପୋଲିସ । ଇନ୍ଦ୍ରାବାତୀ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ରଞ୍ଜିତ କାର୍ଜି । ସେ ରାୟଗଡା ଜିଲ୍ଲା ପାରଳାଖେମୁଣ୍ଡିର ବାସିନ୍ଦା ବୋଲି ଜଣାପଡିଛି । ତେବେ ତାଙ୍କ ମୃତ୍ୟୁର କାରଣ ବର୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ପାରି ନାହିଁ । ଘଟଣାସ୍ଥଳରେ ଜୟପାଟଣ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । କାହିଁକି ଓ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହୋଇଛି ଏହାର ତଦନ୍ତ ଜାରି ରଖିଛି ପୋଲିସ ।
Views: 105











