ବସ୍ତା ବ୍ଲକ ପାଉଁଶକୁଲି ରାଧାନାଥ ସରକାରୀ ଉଚ୍ଚବିଦ୍ୟାଳୟର ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷାରେ ୫୦୦ ନମ୍ବର ରୁ ଅଧିକ ରଖି କୃତିତ୍ବ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କ ପାଇଁ ପାଉଁଶକୁଲି ପଞ୍ଚାୟତ କାର୍ୟ୍ୟାଳୟ ଠାରେ ଏକ ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୃତି ଛାତ୍ର ଛାତ୍ରୀ,ଅଭିଭାବକ , ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଙ୍କୁ ନେଇ ସ୍ଥାନୀୟ ସରପଞ୍ଚ ବିନ୍ଦୁବାଳା ସେନାପତି ପଞ୍ଚାୟତ କାର୍ୟ୍ୟାଳୟରେ ସମ୍ବର୍ଦ୍ଧନା ସଭା ଆୟୋଜନ କରିଥିବା ବେଳେ, ଅବସର ପ୍ରାପ୍ତ ଶିକ୍ଷକ ପଞ୍ଚାନନ ଦାସ ସଭାପତିତ୍ବ କରିଥିଲେ।

ଅତିଥି ଭାବେ ବସ୍ତା ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ତଥା ସମାଜ ସେବୀ ଲକ୍ଷ୍ମୀଧର ଦାସ, ସମିତି ସଭ୍ୟା ସୁମିତ୍ରା ପାତ୍ର, ରାଧାନାଥ ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ କୁମାର ସାମଲ, ବିଶିଷ୍ଟ ଶିକ୍ଷାବିତ୍ ଇନ୍ଦୁମାଧବ ମହାନ୍ତି, ସମାଜ ସେବୀ ଶିଶିର ସେନାପତି ଓ ବିଜୟ କୁମାର ପାଳ ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତ କୃତି ଛାତ୍ର ଛାତ୍ରୀଙ୍କୁ ଅତିଥିମାନେ ପୁସ୍ତକ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିବା ସହିତ ସେମାନଙ୍କ ଭବିଷ୍ୟତ ଉଜ୍ଜଳ ମୟ ହେଉ ବୋଲି କାମନା କରିଥିଲେ। ଆଜିର ଛାତ୍ର ଛାତ୍ରୀ ଦେଶର ଭବିଷ୍ୟତ ।

ଛାତ୍ର ଛାତ୍ରୀଙ୍କ ପାଇଁ ଅକ୍ଲାନ୍ତ ପରିଶ୍ରମ କରିଥିବା ଶିକ୍ଷାନୁଷ୍ଠାନର ଶିକ୍ଷକ ଶିକ୍ଷତ୍ରୀ, ଅଭିଭାବକ ଙ୍କୁ ଏହାର ଶ୍ରେୟ ଦେବା ସହିତ ବଡ ମଣିଷ ହେବା ସଙ୍ଗେ ଙ୍ଗେ ଭଲ ମଣିଷ ହୋଇ ମାଆ-ମାଟି ସହିତ ,ବିଦ୍ୟାଳୟ ଓ ଦେଶ ପାଇଁ ଗର୍ବ ଗୌରବ ଆଣି କୀର୍ତ୍ତିବାନ ହେବା ପାଇଁ ଅତିଥି ମାନେ ଆହ୍ଵାନ ଦେଇଥିଲେ। ଶିକ୍ଷିତ ଛାତ୍ର ଛାତ୍ରୀ, ଯୁବକ ଯୁବତୀ ସୁସ୍ଥ ସଭ୍ୟ ସମାଜ ଗଠନ କରିପାରିବେ ବୋଲି ଅତିଥି ବୃନ୍ଦ ମୟବ୍ୟକ୍ତ କରିଥିଲେ । ଯାହା ଦ୍ୱାରା ସମାଜ ପ୍ରତି କର୍ତ୍ତବ୍ୟ ବୋଧ, ଦାଇତ୍ୱ ବୋଧତା ନିଶ୍ଚିତ ବଢ଼ିପାରିବ । ଆୟୋଜିତ କାର୍ଯ୍ୟକ୍ରମଟି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବୋଲି ଅତିଥିମାନେ ମତ ପ୍ରକାଶ କରିଥିବା ବେଳେ, କାର୍ତ୍ତିକ ଚନ୍ଦ୍ର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।








