କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ଓଏମସି ଛକ ନିକଟରେ ଗତକାଲି ରାତି ୨ଟା ୩୦ମିନିଟ୍ ସମୟରେ କମ୍ପ୍ୟୁଟର ମୋବାଇଲ ଦୋକାନରେ କିଛି ଦୁର୍ବୁତ୍ତ ମାନେ ସଟର ଭାଙ୍ଗି ପଶିଥିଲେ । ସୂଚନା ମୁତାବକ ଦୋକାନ ମାଲିକ ସନୁ ଶର୍ମା ଆଜି ସକାଳେ ଦୋକାନ ଖୋଲିବାକୁ ଆସି ଦେଖିଲା ବେଳକୁ ଦୋକାନର ସଟର ଭାଙ୍ଗି ୩୫ ଟି ମୋବାଇଲ ୧୨ ଟି କାମେରା ଓ ରିପାରିଙ୍ଗ ପାଇଁ ଆସିଥିବା ମୋବାଇଲ ସବୁ ଓ ମୋବାଇଲ ଆସୋସିରିଜ ସବୁ ଚୋରି ହୋଇଯାଇଥବା ଦେଖି ସନୁ ଶର୍ମା ବଡ଼ବିଲ ଥାନା ରେ ଲିଖିତ ଅଭିଯୋଗ କରିଥିଲେ ଏହାପରେ ବଡ଼ବିଲ ପୋଲିସ ପହିବା ସହିତ ସାଇନ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଚଲାଇଛନ୍ତି।
Views: 87











