ନୂଆଦିଲ୍ଲୀ : ଭାରତର କୋଟିପତି ବ୍ୟବସାୟୀ ଗୌତମ ଆଦାନୀଙ୍କ ବିରୋଧରେ ଆମେରିକା ଲାଞ୍ଚ ଓ ଠକେଇ ଅଭିଯୋଗ ଆଣିବା ପରେ ତାଙ୍କ ବିରୋଧରେ ଏବେ ସ୍ବର ଉଠାଇଛି ବିରୋଧୀ ଦଳ କଂଗ୍ରେସ। ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଗୁରୁବାର କହିଛନ୍ତି ଯେ ନରେନ୍ଦ୍ର ମୋଦୀ ଦୁର୍ନୀତି ମାମଲାରେ ଗୌତମ ଆଦାନୀଙ୍କ ସହ ରହିଛନ୍ତି। ଆମେରିକାରେ ଲାଞ୍ଚ ମାମଲାର ଅଭିଯୁକ୍ତ ଆଦାନୀଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ରାହୁଲ ଦାବି କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ରାହୁଲ କହିଛନ୍ତି, ‘‘୨୦୦୦ କୋଟି ଟଙ୍କା ଓ ଅନ୍ୟାନ୍ୟ ଦୁର୍ନୀତି ମାମଲାରେ ଜଡ଼ିତ ଥିବା ଗୌତମ ଆଦାନୀ ମୋଦୀଙ୍କ ସୁରକ୍ଷା ପାଇଁ ନିର୍ଭୟରେ ଜୀବନଯାପନ କରୁଛନ୍ତି। ଉଲ୍ଲେଖଯୋଗ୍ୟ, ବୁଧବାର ଦିନ ଆମେରିକା ଅଭିଯୋଗ ଆଣିଛି ଯେ ସେ ତାଙ୍କ କମ୍ପାନିର ନିବେଶକମାନଙ୍କୁ ଧୋକା ଦେଇଛନ୍ତି। ଆମେରିକାରେ ସେ ତାଙ୍କ କମ୍ପାନିକୁ କଣ୍ଟ୍ରାକ୍ଟ ଦେବା ପାଇଁ ୨୬୫ ମିଲିୟନ୍ ଡଲାର୍ ଲାଞ୍ଚ୍ ଦେଇଥିବା ଅଭିଯୋଗ ବି ଆସିଛି ତାଙ୍କ ନାମରେ। ଏହି ମାମଲା ପୂରା ଆଦାନୀ ଗ୍ରୁପ୍ କମ୍ପାନି ଏବଂ ଆଦାମୀ ଗ୍ରୁପ୍ ଏନର୍ଜି ଲିମିଟେଡ ଏବଂ ଅନ୍ୟ ଏକ କମ୍ପାନି ସହିତ ଜଡ଼ିତ।
ମୋଦୀ ଆଦାନୀଙ୍କୁ ସୁରକ୍ଷା ଦେଉଛନ୍ତି : ରାହୁଲ ଗାନ୍ଧୀ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











