The Ultimate Managed Hosting Platform
ADVERTISEMENT

‘ମୋ ବସ୍‌’ ସେବା, ଉପକୃତ ହେବେ ସାଲେପୁର ସାଧାରଣ ଲୋକେ

Facebook
Twitter
LinkedIn

ସାଲେପୁର : ପୂରଣ ହେବ ଦାବି। ଆହୁରି ସହଜ ହେବ ଗମନାଗମନ। ସାଲେପୁରରେ ଆରମ୍ଭ ହେବ ମୋ ବସ୍ ସେବା । ସରକାରଙ୍କ ପକ୍ଷରୁ କଟକ ଜିଲ୍ଲା ସାଲେପୁର ସହରକୁ ଯୋଗାଇଦେବାକୁ ଯାଉଛନ୍ତି ମୋ ବସ୍ ସେବା।

ସୂଚନା ଅନୁଯାୟୀ, କଟକ ଚାନ୍ଦବାଲି ରାସ୍ତାର ସାଲେପୁର ସହର ହେଉଛି ଏକ ପ୍ରମ୍ମୁଖ ସହର । ଜନସାଧାରଣଙ୍କ ସୁବିଧା ପାଇଁ ସରକାର ଯୋଗାଇ ଦେଉଛନ୍ତି ମୋ ବସ୍ ସେବା । ଯାହାଦ୍ୱାରା ଜନସାଧାରଣ ସୁବିଧାରେ କଟକରୁ ସାଲେପୁର ଯାତାୟାତ କରିପାରିବେ । ଏହି ସମସ୍ୟାକୁ ନେଇ ସାଲେପୁର ଜନସାଧାରଣ ସ୍ଥାନୀୟ ବିଧାୟକ ପ୍ରଶାନ୍ତ ବେହେରାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଜନସାଧାରଣଙ୍କ ସମସ୍ୟାକୁ ଗୁରୁତର ସହ ନେଇ ସ୍ଥାନୀୟ ବିଧାୟକ ରାଜ୍ୟ ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିଥିଲେ ।

ଏହାପରେ ବୁଧବାରଠାରୁ ଆରମ୍ଭ ହେବ ମୋ ବସ୍ ସେବା । ମୋ ବସ୍ କଟକରୁ ଜଗତପୁର ଗୋଲେଇ ଛକ ଦେଇ ସାଲେପୁରଠାରେ ପହଞ୍ଚିବ । ସେହିପରି ସାଲେପୁରଠାରୁ ଜଗତପୁର ଗୋଲେଇ ଛକ ଦେଇ କଟକ ଯିବ । ଯାହା ଦ୍ୱାରା ଜନସାଧାରଣ ସୁବିଧାରେ ଯାତାୟାତ କରିପାରିବେ । ମୋ ବସ୍ ସେବାର ରୁଟ୍ ୮୧ନଂ ରୁଟ୍ ଭାବେ ଘୋଷଣା କରାଯାଇଛି । ଯାହାକୁ ନେଇ ସାଲେପୁର ଜନସାଧାରଣ ସ୍ଥାନୀୟ ବିଧାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login