ଭୁବନେଶ୍ୱର : ରାଜ୍ୟରେ ମୈାସୁମୀ ପ୍ରବାହ ଦୁର୍ବଳ । ଅଧିକାଂଶ ସ୍ଥାନରେ ଆକାଶ ପ୍ରାୟ ମେଘ ଶୂନ୍ୟ । ଟ୍ୱିଟ କରି ସୂଚନା ଦେଲା ଭୁବନେଶ୍ୱର ପାଣିପାଗ । ରାଜ୍ୟର ୧୧ ଜିଲ୍ଲାରେ ନିଅଣ୍ଟିଆ ବର୍ଷା। ଫଳରେ ଅଧିକାଂଶ ଜିଲ୍ଲାରେ ମରୁଡ଼ି ଆଶଙ୍କା ସୃଷ୍ଟି ହୋଇଛି। ମୌସୁମୀ ୪ ମାସରୁ ୩ ମାସ ଶେଷ ହେବାକୁ ବସିଥିବାବେଳେ ବର୍ତ୍ତମାନ ପର୍ୟ୍ୟନ୍ତ ଲଗାଣ ବର୍ଷାର ଅଭାବ ଚାଷୀଙ୍କ ଚିନ୍ତା ବଢାଇଛି। ୩ ମାସ ମଧ୍ୟରେ ଯେଉଁ ବର୍ଷା ହୋଇଛି , ତାହା ଚାଷ ଉପଯୋଗୀ ହୋଇପାରିନାହିଁ। ଫଳରେ ଅନେକ ସ୍ଥାନରେ ଧାନ ଗଛ ନଷ୍ଟ ହେବାକୁ ବସିଛି। ପାଣିପାଗ କେନ୍ଦ୍ରର ତଥ୍ୟକୁ ଦେଖିଲେ ଜୁଲାଇ ମାସରେ ବର୍ଷା ସ୍ବାଭାବିକ ହୋଇଛି। ହେଲେ ଏହି ସମୟ ମଧ୍ୟରେ କିଛି ଜିଲ୍ଲାରେ ବର୍ଷାର ପରିମାଣ ଯଥେଷ୍ଟ ନିଅଣ୍ଟିଆ ରହିଥିଲା।
Views: 94