The Ultimate Managed Hosting Platform
ADVERTISEMENT

ମେଲୋଡି ପାର୍ଟି ଗାଡି ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ୨୦ରୁ ଅଧିକ ଯାତ୍ରୀ

Facebook
Twitter
LinkedIn

ପାଟଣାଗଡ : ପୋଲ ଉପରକୁ ମାଡିଗଲା ମେଲୋଡି ପାର୍ଟି ଗାଡି । ପୋଡଛାପର ଗାଁ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣା । ପୋଲରେ ଝୁଲି ରହିଛି ମିନି ଟ୍ରକ । ୨୦ରୁ ଅଧିକ କଳାକାରଙ୍କୁ ନେଇ ଫେରୁଥିଲା ମିନି ଟ୍ରକ । ସୂଚନା ଅନୁସାରେ ଆଜି ଭୋର ୩ଟା ସମୟରେ କଳାକାରମାନେ ପଦ୍ମପୁରରୁ ପୋଗ୍ରାମ ସାରି କଳାହାଣ୍ଡି ଜିଲ୍ଲା ଉତ୍କେଲା ଫେରୁଥିଲେ । ଏହି ସମୟରେ ପାଟଣାଗଡ଼-ବେଲପଡା ରାସ୍ତାର ପୋଡ଼ଛାପର ଗାଁ ନିକଟରେ ଭାରସାମ୍ୟ ହରାଇ ଗାଡ଼ିଟି ପୋଲ ଉପରକୁ ଚଢିଯାଇଥିଲା । ପରେ ଗାଡ଼ିଟି ପୋଲ ଉପରେ ଝୁଲି ରହିଥିଲା । ଗାଡ଼ିରେ ଥିବା ୨୦ରୁ ଅଧିକ କଳାକାର ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ । ଦୁର୍ଘଟଣାରେ କେହି ମୃତାହତ ହୋଇ ନଥିଲେ । କହୁଡି ଯୋଗୁ ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login