କଳାହାଣ୍ଡି :ମେଡିକାଲରେ ନିଆଁ। ଭବାନୀପାଟଣା ସହିଦ ରେଣ୍ଡୋ ମାଝୀ ସରକାରୀ ମେଡିକାଲ କଲେଜ ଓ ଡାକ୍ତରଖାନାରେ ଲାଗିଲା ନିଆଁ। ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗିଯାଇଥିଲା। ଏମସିଏଚ କୋଠାର ଚତୁର୍ଥ ମହଲାରେ ହଠାତ ନିଆଁ ଲାଗି ଧୁଆଁମୟ ହୋଇଯାଇଥିଲା ପୁରା ବିଲ୍ଡିଂ। ଫଳରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଭୟଭୀତ ହୋଇ ଦଳକୁ ଚାଲି ଆସିଥିଲେ। ଖବରପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଏଥିରେ କେହି ଆହତ ହୋଇ ନାହାନ୍ତି।
Views: 93











