ନୂଆଦିଲ୍ଲୀ : ସିରିଡି ସାଇ ବାବାଙ୍କୁ ଦର୍ଶନ ନେଇ ବଡ ଖବର ସାମ୍ନାକୁ ଆସିଛି । ମହାରାଷ୍ଟ୍ରର ସିରିଡି ସାଇ ବାବା ମନ୍ଦିର ମେ ୧ ତାରିଖରୁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ସାଇବାବା ଟେମ୍ପଲ ଟ୍ରଷ୍ଟ । ମନ୍ଦିରରେ ସୁରକ୍ଷା ପାଇଁ ସିଆଇଏସଏଫ ଯବାନ ମୁତୟନ ହେବାକୁ କୁହାଯିବା ପରେ ଏଭଳି ନିଷ୍ପତ୍ତି ନେଇଛି ମନ୍ଦିର ଟ୍ରଷ୍ଟ । ସିଆଇଏସଏଫଙ୍କୁ ମନ୍ଦିର ସୁରକ୍ଷାରେ ରହିବା ପାଇଁ ଗ୍ରାମବାସୀ ବିରୋଧ କରୁଛନ୍ତି । ତେବେ ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ବନ୍ଦ ରହିଥିବା ବେଳେ ଆଳତୀ ଏବଂ ଅନ୍ୟାନ ପୂଜାର୍ଚ୍ଚନା ଚାଲୁରହିବ ବୋଲି ମନ୍ଦିର ଟ୍ରଷ୍ଟ ପକ୍ଷରୁ କୁହାଯାଇଛି । ମନ୍ଦିର ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ରହିବା ସତ୍ତ୍ୱେ ମନ୍ଦିରର ଅନ୍ୟ ସବୁ କାର୍ୟ୍ୟ ଚାଲୁ ରହିବ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ।
Views: 75