The Ultimate Managed Hosting Platform
ADVERTISEMENT

ମେ’ ମାସରୁ ରାଜ୍ୟ ସରକାର ଗଣିବେ କଲରାପତରିଆ ବାଘ

Facebook
Twitter
LinkedIn

ଭୁବନେଶ୍ୱର: ମେ’ ମାସରୁ ରାଜ୍ୟ ସରକାର ଗଣିବେ କଲରାପତରିଆ ବାଘ । ନିଜସ୍ବ ଉଦ୍ୟମରେ ହାତୀ ଗଣନା ସହ ଏକକାଳୀନ କଲରାପତରିଆ ବାଘ ଗଣନା କରିବେ ରାଜ୍ୟ ସରକାର । ଏ ନେଇ ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି । ସେଥିପାଇଁ ଏନଟିସିଏ ରିପୋର୍ଟକୁ ତର୍ଜମା କରାଯାଉଛି। ତେବେ ସେଥିରେ କିଛି ତ୍ରୁଟି ଥିବା ଜଣାପଡ଼ିଛି । ତେଣୁ ଏହାକୁ ରାଜ୍ୟ ସ୍ତରରେ ସଂଶୋଧନ କରାଯିବ। ପ୍ରଥମତଃ ଏହା ଏନଟିସିଏର ଏକ ଆକଳନ ରିପୋର୍ଟ । ଦ୍ଵିତୀୟରେ ୨୦୨୨ରେ ସେମାନେ ମାତ୍ର ୩ଟି ସ୍ଥାନରେ କ୍ୟାମେରା ଟ୍ରାପ୍ ଲଗାଇଥିଲେ। ତେବେ ୨୦୧୮ ଆକଳନ ବେଳେ ୧୪ ଜାଗାରେ କ୍ୟାମେରା ଟ୍ରାପ ଲାଗିଥିଲା । ଯେଉଁଥିରୁ ସେମାନେ ୭୬୦ କଲରାପତରିଆ ଥିବା ଜାଣିବାକୁ ପାଇଥିଲେ। ତେବେ ୨୦୨୨ରେ ଶିମିଳିପାଳ ଓ ସାତକୋଶିଆରେ କଲରାପତରିଆ ସଂଖ୍ୟା ବଢ଼ିଥିବା ରାଜ୍ୟ ପାଇଁ ଖୁସି ଖବର। ଏନଟିସିଏର କଲରାପତରିଆ ଆକଳନ ରିପୋର୍ଟ ଗ୍ରହଣୀୟ। କିନ୍ତୁ ସେମାନେ ବହୁତ କମ ଅଞ୍ଚଳରେ କ୍ୟାମେରା କଭର କରିଥିବାରୁ ଆକଳନ ନେଇ ସହମତ ହୋଇପାରିନାହୁଁ ବୋଲି ପିସିସିଏଫ କହିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login