The Ultimate Managed Hosting Platform
ADVERTISEMENT

ମେ’ ପହିଲାରୁ ରାଜ୍ୟରେ ଓବିସି ସର୍ଭେ

Facebook
Twitter
LinkedIn

ଭୁବନେଶ୍ୱର: ମେ’ ପହିଲାରୁ ରାଜ୍ୟରେ ଓବିସି ସର୍ଭେ । ପଛୁଆ ବର୍ଗ ଲୋକଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ପର୍କରେ ଏହି ସର୍ଭେ ମାଧ୍ୟମରେ ତଥ୍ୟ ଗ୍ରହଣ କରାଯିବ । ଏନେଇ ଚୂଡାନ୍ତ ନିର୍ଦ୍ଦେଶନାମା ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପ୍ରକାଶ ପାଇଛି । ଏହି ସର୍ଭେ କେବଳ ଓଡ଼ିଶା ସରକାରଙ୍କ ଦ୍ୱାରା ଅଧିସୂଚିତ ୨୦୮ ପ୍ରକାର ପଛୁଆ ବର୍ଗ ଲୋକଙ୍କ ପାଇଁ ଉଦ୍ଦିଷ୍ଟ । ନିର୍ଦ୍ଧାରିତ ସର୍ଭେ ସେଣ୍ଟର କିମ୍ବା ଅନଲାଇନରୁ ଯେକୌଣସି ଗୋଟିଏ ମାଧ୍ୟମରେ ଫର୍ମପୂରଣ କରିପାରିବେ । ପରିବାର ମୁଖ୍ୟ କିମ୍ବା ଜଣେ ବରିଷ୍ଠ ସଦସ୍ୟ ପରିବାରର ସମସ୍ତ ତଥ୍ୟ ସର୍ଭେ ସେଣ୍ଟରରେ ପ୍ରଦାନ କରିପାରିବେ । ରାସନ୍ କାର୍ଡ ସହ ସମସ୍ତ ସଦସ୍ୟଙ୍କର ଯେକୌଣସି ଗୋଟିଏ ପରିଚୟପତ୍ର ନେଇ ଯିବେ ସର୍ଭେ ସେଣ୍ଟର । ରାସନ୍ କାର୍ଡ ନଥିବା ପଛୁଆବର୍ଗ ପରିବାରର ସଦସ୍ୟ ମଧ୍ୟ ତଥ୍ୟ ପ୍ରଦାନ କରିପାରିବେ । ନଚେତ୍ ଅନଲାଇନରେ www.oscbc.odisha.gov.inରେ ବିନା ମୂଲ୍ୟରେ ଫର୍ମ ପୂରଣ କରିପାରିବେ । କିମ୍ବା ମୋ ସେବା କେନ୍ଦ୍ରକୁ ଯାଇ ସ୍ଥିରିକୃତ ଦେୟ ପ୍ରଦାନ କରି ଅନଲାଇନ୍ ଫର୍ମ ପୂରଣ କରିପାରିବେ ହିତାଧିକାରୀ । ଆସନ୍ତା ୨୭ ତାରିଖ ଯାଏ ଏହି ସର୍ଭେ ଚାଲିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ରୁଷରେ ଭୂକମ୍ପ ଝଟକା

ନୂଆଦିଲ୍ଲୀ : ରୁଷରେ ଏକ ବଡ଼ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୦ ମାପ କରାଯାଇଥିଲା । ୟୁଏସଜିଏସ ଭୂମିକମ୍ପ କହିଛି,...

ବିଧାନସଭାରେ ୫ଟି ଝଡ, ଚିହିଁକି ଉଠିଲା ବିଜେଡି

ଆସନ୍ତା ୧୩ରେ ରାଜ୍ୟ କ୍ୟାବିନେଟ ବୈଠକ

ଭୁବନେଶ୍ୱର : ଆସନ୍ତା ୧୩ ତାରିଖରେ ବସିବ ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ । ମଧ୍ୟାହ୍ନ ୧୨ଟାରେ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ...

ADVERTISEMENT
ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ଘଟଣା : ପୁରୁଷ ବନ୍ଧୁଙ୍କ ନାମରେ ସଙ୍ଗୀନ ଦଫା

ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ଘଟଣା : ପୁରୁଷ ବନ୍ଧୁଙ୍କ ନାମରେ ସଙ୍ଗୀନ ଦଫା

ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ କାଠିଆପଡ଼ାରେ ଛାତ୍ରୀ ମୃତ୍ୟୁ ଘଟଣାରେ ପୁରୁଷ ବନ୍ଧୁଙ୍କ ନାଁରେ ସଙ୍ଗୀନ ଦଫା । ପୀଡ଼ିତାଙ୍କ ବାପାଙ୍କ ଏତଲା ଆଧାରରେ ମାମଲା ରୁଜୁ କଲା...

Login