ନୂଆଦିଲ୍ଲୀ : ୮ ପୂର୍ବତନ ଭାରତୀୟ ନୈାସେନା କର୍ମଚାରୀଙ୍କ ମୃତ୍ୟୁ ଦଣ୍ଡ କୋହଳ । ୮ କର୍ମଚାରୀଙ୍କ ମୃତ୍ୟୁ ଦଣ୍ଡ କୋହଳ କଲେ କତାର କୋର୍ଟ । କତାର କୋର୍ଟରେ ଶୁଣାଣି ବେଳେ ୮ ଜଣଙ୍କ ମୃତ୍ୟୁ ଦଣ୍ଡ କୋହଳ । କତର ସରକାର ଏହି ୮ ଭାରତୀୟଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିଲେ । ହେଲେ ଭାରତ ସରକାରଙ୍କ ଆବେଦନ ପରେ ଏହି ମୃତ୍ୟୁଦଣ୍ଡ ଟଳିଛି । ବିଦେଶ ମନ୍ତ୍ରଣାଳୟ ତରଫରୁ ଜାରି କରାଯାଇଥିବା ବୟାନ ମୁତାବକ ଭାରତ ସରକାରଙ୍କ ତରଫରୁ ଏନେଇ କତର କୋର୍ଟରେ କରାଯାଇଥିବା ଆବେଦନ ଉପରେ ଶୁଣାଣି ହୋଇଛି । ଏଥିରେ ପ୍ରଥମେ ଦିଆଯାଇଥିବା ମୃତ୍ୟୁଦଣ୍ଡ ଆଦେଶକୁ କୋହଳ କରାଯାଇଛି । କତରରେ ଭାରତୀୟ ରାଜଦୂତ, ଅନ୍ୟ ଅଧିକାରୀମାନେ କୋର୍ଟରେ ଉପସ୍ଥିତ ଥିଲେ । ବିଦେଶ ମନ୍ତ୍ରଣାଳୟ କହିଛି କି, ମାମଲା ଆରମ୍ଭରୁ ଭାରତ ସରକାର ଦଣ୍ଡିତ ଭାରତୀୟଙ୍କ ସହ ଥିଲେ ଓ ଆଗକୁ ମଧ୍ୟ ରହିବେ ।
Views: 80