ନୂଆଦିଲ୍ଲୀ: ଦିଲ୍ଳୀର କୋଚିଂ ସେଣ୍ଟର୍ ବେସ୍ମେଣ୍ଟ୍ରେ ପ୍ରବଳ ବର୍ଷାରେ ପାଣି ପଶି ୪ ଜଣ ଆଇଏଏସ୍ ଆଶାୟୀଙ୍କ ମୃତ୍ୟୁ ଘଟଣା ଏବେ ସମଗ୍ର ଦେଶରେ ଚାଞ୍ଚଲ୍ୟ । ଦୃଷ୍ଟି କୋଚିଂ ସେଣ୍ଟରର ସଂସ୍ଥାପକ ବିକାଶ ଦିବ୍ୟକିର୍ତ୍ତି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା କରିଥିବା ୪ ଛାତ୍ରଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ମୃତ ଛାତ୍ରଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ଦିଲ୍ଲୀ ରାଜେନ୍ଦ୍ର ନଗରରେ ଥିବା ରାଓ କୋଚିଂ ସେଣ୍ଟରେ ପାଣି ପଶିଯିବା ଯୋଗୁ ହୋଇଥିଲା । ଅନ୍ୟ ଜଣେ ଛାତ୍ରଙ୍କର ବିଦ୍ୟୁତ୍ ଆଘାତରେ ମୃତ୍ୟୁ ହୋଇଥିଲା । ସହାୟତା ରାଶି ଘୋଷଣା କରି ବିକାଶ ଦିବ୍ୟକିର୍ତ୍ତି କହିଛନ୍ତି କି, ମୃତ ୪ ଛାତ୍ରଙ୍କ ପରିବାର ଏବେ କଠିନ ସମୟ ଦେଇ ଗତି କରୁଛନ୍ତି । ଏଭଳି ଦୁଃଖଦ ସମୟରେ ମୁଁ ସେମାନଙ୍କ ସହ ଛିଡା ହୋଇଛି ।
Views: 84











